କଟକ : କୈବଲ୍ୟ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ୮୧ ତମ ରାଜ୍ୟସ୍ତରୀୟ ଦଶହରା ଲୋକ ସଂସ୍କୃତି ମହୋତ୍ସବ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ମାଆ କଟକ ଚଣ୍ଡୀ ସେବା ରତ୍ନ ୨୦୨୫ ସି. ଡି.ଏ ସେକ୍ଟର ୬ ପୂଜା ମଣ୍ଡପରେ ପ୍ରଦାନ କରାଯାଇଛି । କୈବଲ୍ୟ ସାହିତ୍ୟ ସଂସଦର ଏହା ୧୬,୭୦୦ ତମ ସମ୍ୱର୍ଦ୍ଧନା । ଆଦରଣୀୟ ମୁଖ୍ୟମନ୍ତ୍ରୀଙ୍କୁ ଅନୁଷ୍ଠାନର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ମାନପତ୍ର ଏବଂ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ ଅବସରରେ ପ୍ରକାଶିତ ପୁସ୍ତକ “ଆମ ଆଶୀର୍ବାଦ” ପ୍ରଦାନ କରିଥିଲେ । ଧବଳେଶ୍ଵର ସାରସ୍ଵତ ଆଶ୍ରମର ସଭାପତି ମାନସ ଚୈତନ୍ୟ ଏବଂ ବିରେନ୍ଦ୍ର ଜେନା ଉତ୍ତରୀୟ ପ୍ରଦାନ କରିଥିଲେ । ଉକ୍ତ ଅବସରରେ ସେକ୍ଟର ୬ ମଣ୍ଡପର ସଭାପତି ସୌରି ମହାପାତ୍ର, କଟକ ବିଜେପି ସଭାପତି ସୁକାନ୍ତ ବିଶ୍ଵାଳ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଲଲାଟେନ୍ଦୁ ବଡୁ, ସ୍ମୃତି ପଟ୍ଟନାୟକ, କଟକ ବିଜେପି ବରିଷ୍ଠ କର୍ମକର୍ତ୍ତା, ସି. ଡି.ଏ ସେକ୍ଟର ୬ ପୂଜା କମିଟିର ବରିଷ୍ଠ କର୍ମକର୍ତ୍ତାଙ୍କ ସହିତ ଶହ ଶହ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ । ଏହି ସେବାରତ୍ନ ମୁଖ୍ୟମନ୍ତ୍ରୀଙ୍କ ସାମାଜିକ ଏବଂ ଆଧ୍ୟାତ୍ମିକ ସେବା, କର୍ଯ୍ୟନିଷ୍ଠା ଏବଂ ଅମଳିନ ବ୍ୟକ୍ତିତ୍ଵ ପାଇଁ ପ୍ରଦାନ କରାଯାଇଛି ବୋଲି ଅନୁଷ୍ଠାନ ତରଫରୁ ସଭାପତି ବିଜୟା ଲକ୍ଷ୍ମୀ ସାମନ୍ତରାୟ ସୂଚନା ପ୍ରଦାନ କରିଥିଲେ ।
Prev Post