କଲରାପତରିଆ ବାଘ ମୃତ୍ୟୁ ମାମଲାରେ ୬ ଗିରଫ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ରେଞ୍ଜ ଅଞ୍ଚଳରେ ବାରହା ଫାଶରୁ ଉଦ୍ଧାର କଲରାପତରିଆ ବାଘ ମୃତ୍ୟୁ ମାମଲାରେ ୬ ଜଣ ଗିରଫ । ମୁଖ୍ୟ ଅଭିଯୁକ୍ତ ସମେତ ୬ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ପୋଲିସ ସହାୟତାରେ ଗତରାତିରେ ସମସ୍ତଙ୍କୁ ଗିରଫ କରାଯାଇଛି । ଗତ ୨୮ ତାରିଖରେ ବୁଗୁଡ଼ା ରେଞ୍ଜ ଅନ୍ତର୍ଗତ ବଡ଼ପଥର ଜଙ୍ଗଲରେ ବାରହା ଶିକାର ପାଇଁ ବିଛାଯାଇଥିବା ଫାଶରୁ ଉଦ୍ଧାର ହୋଇଥିଲା କଲରାପତରିଆ ବାଘ । ଉଦ୍ଧାର କରି ଜଙ୍ଗଲରେ ଛାଡ଼ିବା ପୂର୍ବରୁ ବାଘଟିର ମୃତ୍ୟୁ ହୋଇଥିଲା । ଶିକାର ପାଇଁ ଫାଶ ବସାଇଥିବା ଅଭିଯୋଗରେ ୬ ଜଣଙ୍କୁ ଗିରଫ କରାଯାଇଛି । ସେପଟେ କେଉଁ କାରଣରୁ ବାଘଟିର ମୃତ୍ୟୁ ହେଲା ସେନେଇ ଏଯାଏ କିଛି ସ୍ପଷ୍ଟ ସୂଚନା ମିଳି ନାହିଁ ।

Leave A Reply

Your email address will not be published.