ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ହାଇୱା ଧକ୍କାରେ ସ୍ୱାମୀ ସ୍ତ୍ରୀ ମୃତ ଦୁଇ ଶିଶୁ ଗୁରୁତର

ବରଗଡ, (ମୁନ୍ନା ସାହୁ) : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱା ଧକ୍କାରେ ସ୍ୱାମୀ ସ୍ତ୍ରୀ ମୃତ ଦୁଇ ଶିଶୁ ଗୁରୁତର । ବରଗଡ଼ ଗୁରୁଦ୍ୱାରା ଛକ ଠାରେ ସ୍କୁଟିକୁ ପଛପଟୁ ପିଟିଲା ହାଇୱା । ସ୍ୱାମୀ ସ୍ତ୍ରୀ ମୃତ ଦୁଇ ଶିଶୁ ଗୁରୁତର ଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଓଡ଼ି ୧୭ ଏସି ୨୮୯୪ ନମ୍ବରର ଏକ ହାଇୱା ଗୁରଦ୍ୱାରା ଛକ ଆଡୁ ଆସି ଓଡ଼ି ୧୭ ଏଏଫ୍‌ ୧୭୫୭ର ଏକ ସ୍କୁଟିକୁ ପଛପଟୁ ଧକ୍କା ଦେଇ ଦଳି ଦେଇଥିଲା । ଫଳରେ ଘଟଣା ସ୍ଥଳରେ ସ୍କୁଟିରେ ଥିବା ସ୍ୱାମୀ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି । ମୃତ ଦମ୍ପତି ହେଲେ ଅମ୍ବାଭୋନାର କୁନ୍ତଳା ଡୁଙ୍ଗୁରି ଓ ହରେକୃଷ୍ଣ ଡୁଙ୍ଗୁରି । ହାଇୱା ଡ୍ରାଇଭର ଗାଡି ଭିତରେ ରହିଥିବା ବେଳେ ପୋଲିସ ଉପସ୍ଥିତ ରହିଛି । ଦିନବେଳା ବଡ଼ ଯାନବାହାନ ସହର ଭିତରକୁ ପ୍ରବେଶ ପାଇଁ ମନା ରହିଥିବା ବେଳେ ଏନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହେଇଛି ।

Leave A Reply

Your email address will not be published.