jsm

ଭଞ୍ଜସେନା ତରଫରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

csstore

ମୟୂରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲା ୪ ଗୋଟି ଉପଖଣ୍ଡ ମଧ୍ୟରେ ଯୋଗାଯୋଗ ସ୍ଥାପନ କରୁଥିବା ମୁଖ୍ୟତଃ ଦ୍ୱାରଶୁଣୀ ଘାଟୀ ମଧ୍ୟରେ ଯାତାୟତ ଆଜି ବିପର୍ଯ୍ୟସ୍ତ । ପ୍ରତ୍ୟେକ ଦିନ ହଜାର ହଜାର ଖଣିଜ ପଦାର୍ଥ ବୋଝେଇ ଟ୍ରକ୍/ଟ୍ରଲର ଯିବା ଆସିବା ଯୋଗୁଁ ସାଧାରଣ ଜନତା ବହୁ ସମସ୍ୟାରେ ପଡୁଛନ୍ତି, ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀ, ଆମ୍ବୁଲାନ୍ସ ସେବା, ଛାତ୍ରଛାତ୍ରୀ, ବୃଦ୍ଧ/ବୃଦ୍ଧା ଏପରିକି ସେହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଯିବା ଆସିବା କରୁଥିବା ସାଧାରଣ ଜନତା ଘଣ୍ଟା ଘଣ୍ଟା ଜାମ୍ ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏବେ ଦୁର୍ଗା ପୂଜାର ସମୟ, ତେଣୁ ଜିଲ୍ଲାର ଏବଂ ଜିଲ୍ଲା ବାହାରର ବହୁ ଶ୍ରଦ୍ଧାଳୁ ପ୍ରତ୍ୟେକ ଉକ୍ତ ରାସ୍ତା ଦେଇ ପାର୍ବଣର ମଜା ନେଇଥାନ୍ତି, ମାତ୍ର ଦ୍ୱାରଶୁଣୀ ଘାଟିରେ ହେଉଥିବା ଜାମ୍‌କୁ ଦେଖି ବହୁ ଶ୍ରଦ୍ଧାଳୁ ମୟୂରଭଞ୍ଜ ଭିତରେ ବୁଲିବାକୁ ସୁରକ୍ଷିତ ମଣୁ ନାହାନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାର ଏକ ମାତ୍ର ଅଗ୍ରଣୀ ଯୁବଛାତ୍ର ସଂଗଠନ ଭଞ୍ଜସେନା ତରଫରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ଇଶ୍ୱର ଚନ୍ଦ ନାୟକଙ୍କୁ ଜିଲ୍ଲା ତଥା ଜିଲ୍ଲା ବାହାରର ଶ୍ରଦ୍ଧାଳୁଙ୍କୁ ସ୍ୱଚ୍ଛନ୍ଦରେ ଯା’ଆସ ପାଇଁ ଦିନ ମଧ୍ୟରେ ତଥା ରାତି ୧୦ଟା ପର୍ଯ୍ୟନ୍ତ ଭାରୀ ମାଲବାହୀ ଗାଡି ଘାଟି ଦେଇ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରାଯିବା ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି । ଆଜିର ଏହି ଦାବିପତ୍ର କାର୍ଯ୍ୟକ୍ରମରେ ମୁଖପାତ୍ର ଜ୍ୟୋତିରଞ୍ଜନ ପୃଷ୍ଟି, ଛାତ୍ର ସଂପାଦକ ସଞ୍ଜୟ ମାହାର୍ଣ୍ନା, ରୁଦ୍ର ପଟ୍ଟନାୟକ, ଦୀପକ ବେହେରା, ସତ୍ୟ ପୃଷ୍ଟି, ସୌମ୍ୟରଞ୍ଜନ ଦାସବାବୁ ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.