ମାଣ୍ଡୋସିଲ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବାଲ ବୈଜ୍ଞାନିକ ଓ ହସ୍ତକଳା ପ୍ରଦର୍ଶନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମାଣ୍ଡୋସିଲ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ମଙ୍ଗଳବାର ବାଲ ବୈଜ୍ଞାନିକ ଓ ହସ୍ତକଳା ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାକେନ୍ଦ୍ରର ସଭାପତି ଗୋକୁଳାନନ୍ଦ ଦଣ୍‌ଣ୍ଡସେନା ଓ ମହେନ୍ଦ୍ର କୁମାର ଖୁଣ୍ଟିଆ ଯୋଗଦେଇ ଉଦଘାଟନ କରିଥିଲେ । ଏହି ଅବସରରେ ନର୍ସରୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଛାତ୍ରଛାତ୍ରୀମାନେ ବିଜ୍ଞାନ ପ୍ରକଳ୍ପ ଓ ହସ୍ତକଳା ପ୍ରଦର୍ଶନ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ଅତିଥି ଭାବେ ଶିକ୍ଷାକେନ୍ଦ୍ର ସଭାପତି ଗୋକୁଳାନନ୍ଦ ଦଣ୍‌ଣ୍ଡସେନା, ଅଧ୍ୟକ୍ଷ ଗଙ୍ଗାଧର ରଣା, ଉପାଧ୍ୟକ୍ଷ ମଳୟ କୁମାର ହଂସ , ଶିକ୍ଷକ ତପନ କୁମାର ବହିଦାର ଯୋଗଦେଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ହରିପ୍ରିୟା ସାହୁ, ଭି.ଏସ. ନନ୍ଦ ବରିହା, ଟିକେଶ୍ୱରୀ ବିଶ୍ୱାଳ, ତପସ୍ଵିନୀ ଭୋଇ, ଜଗନ୍ନାଥ ରଣା, କରୁଣାକର ପ୍ରଧାନ, ବବିତା ପ୍ରଧାନଙ୍କ ସମେତ ସମସ୍ତ ଅପା, ଭାଇ ପରିଚାଳନାରେ ସହଯୋଗ କରିଥିବା ବେଳେ ଶେଷରେ ମଳୟ କୁମାର ହଂସ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.