ସୁନା ଅଳଙ୍କାର ଲୁଟିନେଇ ମହିଳାଙ୍କୁ ହତ୍ୟା କଲେ ଦୁର୍ବୁତ୍ତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଜଣେ ମହିଳାଙ୍କୁ ଏକ ଧାରୁଆ ଛୁରୀରେ ଆକ୍ରମଣ କରି ସେ ପିନ୍ଧିଥିବା କାନ ଓ ନାକ ଅଳଙ୍କାର ଦୁର୍ବୁତ୍ତମାନେ ଲୁଟି ନେଇଛନ୍ତି । ଦୁର୍ବୁତ୍ତଙ୍କ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଛି । ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲାର ପୋଲସରା ଥାନା ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମରେ । ମୃତ ମହିଳା ଜଣକ ହେଲେ ଉକ୍ତ ଗ୍ରାମର ବିଳମ୍ବର ସେଠୀଙ୍କ ସ୍ତ୍ରୀ ଶୈଳ ସେଠୀ (୫୫ ) ବୋଲି ଜଣାପଡିଛି । କୁହାଯାଏ ଯେ’ ସେ ମହିଳା ଜଣକ ସୋମବାର ସକାଳୁ ଘରକାମ ସାରି ବାଘୁଆନଦୀର ସଂଲଗ୍ନ ଏକ କେନାଲକୁ ଗାଧେଇବାକୁ ଯାଇ ଫେରୁଥିବାବେଳେ ଦୁର୍ବୁତ୍ତମାନେ ତାଙ୍କୁ ଆକ୍ରମଣ କରିଥିବା ପରିବାର ଲୋକେ କହିଛନ୍ତି । ଦୁର୍ବୁତ୍ତମାନେ ହତ୍ୟା କରି ମହିଳାଙ୍କର ସୁନା ଅଳଙ୍କାର ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.