ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସୁଦପଡା ଛକ ସ୍ଥିତ ହରିହର ହସପିଟାଲ ବିରୋଧରେ ଗୁରୁତର ଅଭିଯୋଗ ଆସିଛି ଭୁଲ ଚିକିତ୍ସା ତଥା ଚିକିତ୍ସାରେ ଅବହେଳା ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ପରିବାର ବର୍ଗ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ଗତ ଶୁକ୍ରବାର ଦିନ ବେଲପଡାର ବନୀତା ନାଗଙ୍କୁ ହରିହର ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଓଭାରି ଟ୍ୟୁମର ଥିବା ବେଳେ ଅପରେସନ ହିଁ ଏକ ମାତ୍ର ରାସ୍ତା ବୋଲି ଡାକ୍ତର କହିଥିଲେ । ଶନିବାର ଦିନ ରୋଗୀଙ୍କ ଅପରେସନ ହୋଇଥିଲା । ରବିବାର ଦିନ ରୋଗୀ ପ୍ରବଳ ଯନ୍ତ୍ରଣା ଯୋଗୁଁ ଗୁରୁତର ହୋଇ ପଡିଥିଲେ । ବାରମ୍ବାର ଗୁହାରି କରିବା ସତ୍ୱେ ଡାକ୍ତର କିମ୍ବା ନର୍ସ ପାଖକୁ ଅଅସି ନଥିଲେ । ଶେଷରେ ନର୍ସ ଆସି ଏକ ଇଞ୍ଜେକସନ ଦେବା ପରେ ରୋଗୀ ମୁତ୍ୟ ବରଣ କରିଥିଲେ । ଡାକ୍ତର ଓ ନର୍ସ ମିଶି ମୋ ମା’ଙ୍କୁ ମାରିଦେଲେ ବୋଲି ପୁଅ ପରୁଷୋତ୍ତମ ନାଗ ବଲାଙ୍ଗିର ଟାଉନ ଥାନାରେ ଅଭିଯୋଗ କରିବା ସହ ନ୍ୟାୟ ଦାବୀ କରିଛନ୍ତି ।