jsm

ନୂଆଁଖାଇ ଜୁହାର ଭେଟ ଅନୁଷ୍ଠିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦଳିତ ଶିକ୍ଷକ ସଙ୍ଘ ତରଫରୁ ସ୍ଥାନୀୟ ଟାଉନ ବାଳିକା ହାଇସ୍କୁଲରେ ନୂଆଁଖାଇ ଜୁହାର ଭେଟ ତଥା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଭାପତି କୃଷ୍ଣଚନ୍ଦ୍ର ବାଗଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପିଡି ଡିଆର୍‌ଡ଼ିଏ ତରଣୀ ସୁନା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶିକ୍ଷାର ଅଗ୍ରଗତି ବିନା ସମାଜର ଉନ୍ନତି ଅସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ଅଧ୍ୟାପିକା ରମଣୀ ନାଏକ ମୁଖ୍ୟବକ୍ତା ରୂପେ ଯୋଗଦେଇ ସମାଜକୁ ସୁଦୃଢ଼ କରିବାକୁ ହେଲେ ନାରୀ ଶିକ୍ଷା ଏକାନ୍ତ ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାସୁଦେବ ମୁଗ୍ରୀ, ନେପାଲ ଚନ୍ଦ୍ର ବାଗ, ଲୋଚନ ଛତ୍ରିଆ ପ୍ରମୁଖ ମଂଚାସୀନ ଥିଲେ । ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରି ସମାଜ ପାଇଁ ଗୌରବ ଆଣିଥିବା ଯୋଗୁଁ ବହୁ ପ୍ରତିଭାବାନ ବ୍ୟକ୍ତି ବିଶେଷଙ୍କ ସମେତ ନିକଟରେ ମୂଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ଆଦର୍ଶ ଶିକ୍ଷକ ପ୍ରଦୀପ ଛତ୍ରିଆ ଓ ମୁକେଶ ବାରିକଙ୍କୁ ସମ୍ବର୍ଦ୍ଧନା ଦିଆଗଲା । ଦ୍ଵିତୀୟ ଅଧିବେଶନରେ ମାନବତାବାଦୀ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବିଶିଷ୍ଟ କଣ୍ଠଶିଳ୍ପୀ ନବୀନ କୁଅଁର, ଦିଲ୍ଲୀପ ଦୀପ, ଟିକୁ, ବିଶି, ରୁପେଶ ଜୋଜୋ ଓ ସାଥୀ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଦଳିତ ସମାଜର ପ୍ରମୁଖ କର୍ମକର୍ତ୍ତାଗଣ ସହଯୋଗ କରିଥିଲେ । ଶିକ୍ଷକ ଗଜମଣି ବାଗ, ଜ୍ୟୋତ୍ସ୍ନା ରାଣୀ ବରିହା, ଉତ୍ସବକୁ ସଂଯୋଜନା କରିଥିବାବେଳେ ଶିକ୍ଷକ ବାଳକୃଷ୍ଣ ମହାନନ୍ଦ, ପରୀକ୍ଷିତ କୁମ୍ଭାର, ସୁରେଶ ବାରିକ, ନୀଳକଣ୍ଠ ସୁନା, ଅନାଦି ନାଗ, ବିରାଟ ହରପାଳ, ଗୌରୀ ଶଙ୍କର ଛତର, ମୁକେଶ ସୁନା, ଯଶୋବନ୍ତି କୁମ୍ଭାର, ରୀନା ନାଗ, ଅକ୍ରୁର ସୁନା, ବିଶ୍ଵାମିତ୍ର ନାଗ, ଚନ୍ଦ୍ରମଣି ଛତ୍ରିଆ ସହଯୋଗ କରିଥିଲେ । ଶେଷରେ ସମ୍ପାଦକ ସୂର୍ଯ୍ୟମଣି ସୁନା ଧନ୍ୟବାଦ ଦେଇଥିଲେ ।

yuvodaya
Leave A Reply

Your email address will not be published.