ପାଟଣାଗଡ : ସଂସ୍କୃତି ହିଁ ଗୋଟିଏ ଅଞ୍ଚଳକୁ ପରିଚୟ ଦେଇଥାଏ । ପଶ୍ଚିମ ଓଡିଶାର ଲୋକ ତିହାର୍ ନୂଆଁଖାଇ ସମସ୍ତଙ୍କୁ ଗୋଟିଏ ସୁତାରେ ବାନ୍ଧି ରଖିବାରେ ମୂଖ୍ୟ ଭୂମିକା ନେଇଥାଏ, ଏହି ବାର୍ତ୍ତା ନେଇ ପଶ୍ଚିମ ଓଡିଶାର ଅଗ୍ରଣୀ ଅନୁଷ୍ଠାନ ତହଁକ କୁଟୁମ ସ୍ଥାନୀୟ ପାଟଣାଗଡ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ୧୧ତମ ନୂଆଁଖାଇ ଜୁହାର ଭେଟ୍ କାର୍ଯ୍ୟକ୍ରମ ଆୟୋଜିତ କରିଛି । ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ମା’ ପାଟଣେଶ୍ୱରୀଙ୍କ ମନ୍ଦିରରେ ତହଁକ ମୁଖିଆମାନଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥିଲା । ତା’ପରେ ପଶ୍ଚିମ ଓଡିଶାର ଦିବଂଗତ ସାରସ୍ୱତ ସାଧକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ତାଙ୍କ ସ୍ମୃତିରେ ନୂଆଁଖାଇ ମଞ୍ଚ ସମର୍ପଣ କରାଯାଇଥିଲା । କୁଟୁମ୍ ୧୧ ବର୍ଷ ପୂରଣ ହୋଇଥିବାରୁ ୧୧ ଜଣ ନାରୀ କବୟିତ୍ରୀଙ୍କ ଦ୍ୱାରା ୧୧ଟି ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ପରେ ପଶ୍ଚିମ ଓଡିଶାର ପାରମ୍ପରିକ ରୀତିନୀତି ଅନୁସାରେ ସମସ୍ତେ ତଳେ ବସି ସରିଆଁ ଧାନର ଚୂରାକୁଣାଁ ଓ ଆରିସା ପିଠା ଇଷ୍ଟଦେବୀଙ୍କୁ ସମର୍ପଣ କରି ସେବନ କରିଥିଲେ । ପ୍ରଥମ ଅଧିବେଶନରେ ସମାଜସେବୀ ରାଜେଶ ଶର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ସଂଘର ସଭାପତି ସମାଜସେବୀ ସୁଶିଲ ଗୁରୁ, ସମ୍ମାନିତ ଅତିଥି ଭାବେ ଡ. ନିରଞ୍ଜନ ପଣ୍ଡା, ଆଇନଜୀବୀ ଆଶିଷ କୁମାର ଚନ୍ଦନ, ସାଂସ୍କୃତିକ ପରିଷଦ ସମ୍ପାଦକ ଦିଲ୍ଲୀପ କୁମାର ମିଶ୍ର, ପ୍ରଧାନ ଆଚାର୍ଯ୍ୟ ସତ୍ୟନାରାୟଣ ଭୋକ୍ତା, କବି ନିରଞ୍ଜନ ପଣ୍ଡା ମଞ୍ଚାସୀନ ରହି କୋଶଲି ଭାଷାର ସରକାରୀ ମାନ୍ୟତା ଓ ନୂଆଁଖାଇ, ପୁଷ୍ପୁନି୍ ପରି ମହାନ ପରମ୍ପରାର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ତହଁକ ସଂପାଦକ ରାଜେଶ ଦଣ୍ଡସେନା ତହଁକର ୧୧ ବର୍ଷର ଯାତ୍ରା ଓ ସଂସ୍କୃତି ଉପରେ ବିଭିନ୍ନ କାର୍ଯ୍ୟକ୍ରମ କରିଥିବା ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ । ମୁଖ୍ୟ ପ୍ରଭାରୀ ଶ୍ରୀୟାକାନ୍ତ ଦାସ ସ୍ୱାଗତ ଅଭିଭାଷଣ ଦେଇ ଥିବାବେଳେ ତହଁକ ମୁଖ୍ୟ ସଂପାଦକ ଅର୍ଜୁନ କୁମାର ସାହୁ ସଭା ପରିଚାଳନା କରିଥିଲେ । ଯୁବ କବି ଗୋବର୍ଦ୍ଧନ ନାଏକଙ୍କ ଅନ୍ମୁନ୍ସିଆ କାବ୍ୟ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । କୋଶଲି ଭାଷା ପ୍ରଚାରପ୍ରସାରରେ ନିଜକୁ ସମର୍ପିତ କରିଥିବା କବୟିତ୍ରୀ ଜ୍ୟୋତିରାଣୀ ମିଶ୍ର ଓ ପୁଷ୍ପାଞ୍ଜଳି ମେହେରଙ୍କୁ ତହଁକ ନାରୀ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଦ୍ୱିତୀୟ ଅଧିବେଶନରେ କବି ଗୋପିନାଥ ଦଣ୍ଡସେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କୋଶଲି କବିତା ଆସରରେ କବି ମଧୁସୂଦନ ଦାସ୍, ରାଜେନ୍ଦ୍ର ମହାନ୍ତି, ସଂଯୁକ୍ତା ପରିଚ୍ଛା, ରାଣା ପ୍ରଧାନ, ତନ୍ମୟୀ ଅଗସ୍ଥି, ସୁଶାନ୍ତ ବାଗ ଅତିଥି ଭାବେ ମଞ୍ଚାସୀନ ଥିଲେ । କବି ଦିଲ୍ଲୀପ ମିଶ୍ର ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ଧର୍ମେନ୍ଦ୍ର ପ୍ରଧାନ ସଭା ପରିଚାଳନା କରିଥିଲେ । କବିତା ଆସରକୁ ଭରତ ମେହେର, ନିକିତା ସା, ସୁଦେଷ୍ଣା ମିଶ୍ର, ପ୍ରଭାସିନୀ ଭୋଇ, ଅକୃର ବାଗ, ସାଲିନୀ ସା, ଗିରିଶ ପାତ୍ର, ବିବେକା ପ୍ରଧାନ ସଂଯୋଜନା କରିଥିଲେ । ରୋଶନ ସାହୁ, କୁମରମଣୀ ସାହୁ, ଗୋପାଳ ମେହେର, ଗରିବ ମଲ୍ଲିକ, ସରସ୍ୱତୀ ମିଶ୍ର, ରାଜୀବ ଭୋଇ, ସୌକିଲାଲ ସାହୁ, ଶତୃଘନ ସେଲମା, ଉତ୍ତମ ଖମାରୀ, ସୁଷମା ଦାସ ପ୍ରମୂଖ ସହଯୋଗ କରିଥିଲେ । ଶେଷରେ କବି ମିଲନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।