ସାଲେଭଟା ମା’ ପାଟଣେଶ୍ୱରୀ ପୀଠରେ ଦଶହରା ଓ ବଏଲ ଯାତ୍ରା ପାଇଁ ପ୍ରସ୍ତୁତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଐତିହାସିକ ସାଲେଭଟା ମା’ ପାଟଣେଶ୍ୱରୀ ଓ ମା’ ସମଲେଶ୍ୱରୀ ପୀଠରେ ମା’ ଦୁର୍ଗାପୂଜା ଓ ବଏଲ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ପୂଜକ ପ୍ରକାଶ ଦିଶ୍ରୀଙ୍କ ନେତୃତ୍ୱରେ ମନ୍ଦିର କମିଟି ଦେବାଳୟ ସୁରକ୍ଷା କମିଟି ସଦସ୍ୟଙ୍କ ସହ ବଏଲ ଯାତ୍ରା ଓ ଦଶହରା କିଭଳି ସୁରୁଖୁରୁରେ ହେବ ତାହା ଆଲୋଚନା ହୋଇଥିଲା । ତା. ୨୧.୦୯୨୦୨୫ ତାରିଖ ରବିବାର ଦିନ ଆଶ୍ୱିନ ଶୁକ୍ଳପକ୍ଷ ଅମାବାସ୍ୟା ମହାଳୟାରେ ଧୁବଳମୁଖି ବେଶ ଓ ୨୨ ତାରିଖ ସୋମବାର ଦିନ ଆଶ୍ୱିନ ଶୁକ୍ଳପକ୍ଷ ପ୍ରତିପଦା ନବରାତ୍ର ପୂଜା ମନ୍ଦିରରେ ଆରମ୍ଭ ହେବ । ଘଟ ସ୍ଥାପନ ଓ ଅଖଣ୍ଡ ଦୀପ ପ୍ରଜ୍ଜଳନ ହେବ । ୨୯ ତାରିଖ ସୋମବାର ଦିନ ମା’ ପାଟଣେଶ୍ୱରୀଙ୍କ ବଏଲ ଯାତ୍ରା ଗ୍ରାମରେ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ରାଜଖମାରକୁ ଆସି ମନ୍ଦିରକୁ ପ୍ରବେଶ କରିବେ ବୋଲି ପୂଜକ ସୂଚନା ଦେଇଥିଲେ । ପୂଜକ ଜୟକୃଷ୍ଣ ଦିଶ୍ରୀଙ୍କ ସମେତ ମନ୍ଦିର କମିଟିର ସଦସ୍ୟମାନେ, ଦେବାଳୟ ସୁରକ୍ଷା କମିଟିର ସଭାପତି ଜୟକୃଷ୍ଣ ମିଶ୍ର ଓ ପ୍ରଶାନ୍ତ ମହାକୁର ଉପସ୍ଥିତ ଥିଲେ ।

Leave A Reply

Your email address will not be published.