ଜର୍ଣ୍ଣାଲିଷ୍ଟ ଏସୋସିଏସନ ଝାରବନ୍ଧର ଦ୍ୱିତୀୟ ବାର୍ଷିକୋତ୍ସବ ଓ ନୂଆଁଖାଇ ଭେଟଘାଟ

  • ୨୨ ୟୁନିଟ ରକ୍ତ ସଂଗ୍ରହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଜର୍ଣ୍ଣାଲିଷ୍ଟ ଏସୋସିଏସନ ଝାରବନ୍ଧର ନୂଆଁଖାଇ ଭେଟଘାଟ ୨୦୨୫ ତଥା ଦ୍ୱିତୀୟ ବାର୍ଷିକୋତ୍ସବ ସଭାପତି ମୋତିଲାଲ ବାଗଙ୍କ ସଭାପତିତ୍ୱରେ ସ୍ଥାନୀୟ ବଜାର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟବକ୍ତା ଭାବେ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟ ବାରିପଦାର ଅବସର ପ୍ରାପ୍ତ ପ୍ରଫେସର ଓଡିଆ ବିଭାଗ ମୁଖ୍ୟ ଡ. ବବୃବାହନ ମହାପାତ୍ର ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ଝାରବନ୍ଧ ବିଡିଓ ପର୍ଶୁରାମ ପଣ୍ଡା, ତହସିଲଦାର ଅଲେଖ ଘୁଟା, ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ କୁମାର ବେହେରା, ଖଟିଖିଆ ସଂଗଠନର ସଭାପତି ତଥା ସମାଜସେବୀ ଭୋଜରାଜ ବାଗ, ସମ୍ବଲପୁର ଟେଲିକମ ଉପଦେଷ୍ଟା କମିଟି ସଦସ୍ୟ ହରିହର ସାହୁ, ସମିତି ସଭ୍ୟ ତଥା ମଣ୍ଡଳ ସଭାପତି ସତ୍ୟମ ପ୍ରଧାନ ଯୋଗଦେଇଥିଲେ । ଏହି ଅବସରରେ ୨୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ପଦ୍ମପୁର ବ୍ଲଡ଼ ବ୍ୟାଙ୍କର ଡାକ୍ତରୀ ଟିମ ରକ୍ତ ସଂଗ୍ରହ କରିଥିଲେ । ନୂଆଁଖାଇ ଭେଟଘାଟର ଆଲୋଚନା ଚକ୍ରରେ ସମାଜରେ ସାମ୍ବାଦିକତାର ସ୍ଥିତି ପ୍ରସଙ୍ଗ ଉପରେ ଅତିଥିଗଣ ମତାମତ ପ୍ରଦାନ କରିଥିଲେ । ସମ୍ପାଦକ ସୋମନାଥ ବାଗ ବାର୍ଷିକ ବିବରଣୀ ପଠନ ପୂର୍ବକ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଏହି ଅବସରରେ ଝାରବନ୍ଧ ଅଞ୍ଚଳର ସଫଳ ଚାଷୀ ସୌଭାଗ୍ୟ ସାହୁ, ମେହେର ସିଂ ଭୁଏ, ଶିକ୍ଷକ ଉପେନ୍ଦ୍ର ପଟେଲ, କୋଶଲ ସେନା ଝାରବନ୍ଧ, ସିଆର୍‌ସିସି ଦିବସ କୁମାର ସାହୁ, ଇନ୍ଦ୍ରାବାସିନୀ ସ୍ୱୟଂ ସହାୟିକା ଗୋଷ୍ଠୀ ଝାରବନ୍ଧ, ମା’ ଭଗବତୀ ସ୍ୱୟଂ ସହାୟିକା ଗୋଷ୍ଠୀ କୁମୀର, ମିସ୍‌ ଟିନ୍‌ ଇଣ୍ଡିଆ ଜୟନ୍ତୀ ସାହୁ ଝାରବନ୍ଧଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବ୍ଲକ ସ୍ତରୀୟ ଶିଶୁ ସାମ୍ବାଦିକ ତାଲିମରେ ଯୋଗ ଦେଇଥିବା ସମସ୍ତ ଶିଶୁ ସାମ୍ବାଦିକ ମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ହୋଇଥିବା ନୃତ୍ୟ ପ୍ରତିଯୋଗିତାରେ ନୋଡାଲ ସ୍କୁଲ ପ୍ରଥମ ସ୍ଥାନ, ଅରବିନ୍ଦ ବିଦ୍ୟାଳୟ ଝାରବନ୍ଧ ଦ୍ଵିତୀୟ ସ୍ଥାନ ଏବଂ ଭାବଂଶୀ ଦୀପ ତୃତୀୟ ସ୍ଥାନରେ ବିଜେତା ହୋଇଥିଲେ । ବିଚାରକ ଭାବେ କଳାରତ୍ନ ଘନଶ୍ୟାମ ନାଗ, ଶିକ୍ଷୟିତ୍ରୀ ନୀଳା ମହାନନ୍ଦ, ବିବେକାନନ୍ଦ ପଶାୟତ ଦାୟିତ୍ୱ ତୁଲାଇଥିଲେ । ବୈତାଲି କ୍ଲଷ୍ଟର ସାଂସ୍କୃତିକ ଦଳ ନୃତ୍ୟ ପରିବେଷଣ କରିଥିଲେ । ଜର୍ଣ୍ଣାଲିଷ୍ଟ ଏସୋସିଏସନ ଝାରବନ୍ଧର ସଦସ୍ୟ ସୌଦାଗର ବରିହା, ନାରାୟଣ ଶତନାମୀ, ବାସନ୍ତୀ ପାଇକ, କୁଞ୍ଜବିହାରୀ ସାହୁ, ଜଗନ୍ନାଥ କୁମ୍ଭାର ପ୍ରମୁଖ ସହଯୋଗ କରିଥିଲେ । ମନୋରଞ୍ଜନ କାର୍ଯ୍ୟକ୍ରମରେ ଗଣ୍ଡାବଜା, ପାଲା ଆଦି ପାରମ୍ପରିକ ନୃତ୍ୟ, ଗୀତ, ସଂଗୀତ ପରିବେଷିତ ହୋଇଥିବା ବେଳେ ରୁପେଶ ଜୋଜୋ ଏବଂ ସ୍ୱିଟ ରୁନା ଟିମ କମେଡି ପ୍ରଦର୍ଶନ କରିଥିଲେ ।

Leave A Reply

Your email address will not be published.