csstore

ଆଗଲପୁର ବ୍ଲକରେ ସଫେଇ ମିତ୍ର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ ପରିସରରେ ସଫେଇ ମିତ୍ର ସୁରକ୍ଷା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଆର୍‌ସି ଅଂଶୁମାନ ଦେବ ବାବୁଙ୍କ ତତ୍ୱାବଧାନରେ ସ୍ୱଚ୍ଛତାରେ ଶ୍ରମ ଦିବସ ତଥା ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ପ୍ରତ୍ୟକ ଗ୍ରାମପଂଚାୟତରେ ସ୍ୱଚ୍ଛତା ମିଶନ ଗାଡିର ଡ୍ରାଇଭର ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ପରେ ପରେ ସ୍ୱଛତା ପାଇଁ ବ୍ଲକ ସଭାଗୃହରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଆଜିର ସ୍ୱଚ୍ଛତା ହିଁ ସେବା ଓ ଶ୍ରମ ଦିବସରେ ବ୍ଲକ ପରିସର ମଧ୍ୟରେ ଅଳିଆ ଆବର୍ଜନା, ଘାସ, ବୁଦା ଆଦି ବ୍ଲକ କର୍ମଚାରୀ ଓ ବିଜେପିର କର୍ମକର୍ତ୍ତାଗଣ ମିଶି ସଫା କରିଥିଲେ । ଆସିଷ୍ଟାଣ୍ଟ୍ ଇଂ ସମ୍ବିତ ବିଶ୍ୱାଳ, ଜଳସଂପଦ କନିଷ୍ଠ ଯନ୍ତ୍ରୀ ଦୁର୍ଗାପ୍ରସାଦ ମିଶ୍ର, ସୁନିଲ ସାହୁ, ଏପିଓ ଜଗତଜିତ ସେଠ, ପିଇଓ ଜ୍ଞାନରଂଜନ ଦାସ, ଗୁଣନିଧି ଦଣ୍ଡସେନା, ଅଲୀ ବାରିକ, ରିକିତାରାଣୀ ପଟ୍ଟନାୟକ, ପ୍ରବୀଣ ପାଣିଗ୍ରାହୀ, ବରୁଣ ଥନାପତି, ଲୋଇସିଂହା ବିଧାୟକ ପ୍ରତିନିଧି ପିତାମ୍ବର କଣ୍ଟା, ଜ୍ଞାନରଂଜନ ସା, ସୁଶାନ୍ତ ମହାକୁର, ଏଡିଓ ମନୋଜ ଦାସ, ଦୟାନିଧି ମେହେର, ଗୋପାଳ ଶଙ୍କର ପୁରୋହିତ, ରୋହିତ ବାରିକ, ବିଜୟ କୁମାର ଦାସ ପ୍ରମୁଖ ଯୋଗଦେଇଥିଲେ । ତା ସଂଗେ ଶିବିରରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ପ୍ରତ୍ୟେକ ପଂଚାୟତରେ ନିୟୋଜିତ ସ୍ୱଚ୍ଛ ମିଶନର ଡ୍ରାଇଭରମାନଙ୍କୁ ଡ୍ରେସ, ହେଣ୍ଡଗ୍ଲୋବ ଆଦି ବଣ୍ଟନ କରାଯାଇଥିଲା ।

jayashree
Leave A Reply

Your email address will not be published.