ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ୧୪୦୪ ୟୁନିଟ ରକ୍ତ ସଂଗ୍ରହ କରିଥିବାରୁ ଟିଟଲାଗଡ ବିଧାୟକ ନବୀନ ଜୈନଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଟିଟିଲାଗଡ଼େ, (ସଞ୍ଜୟ କୁମାର ନାୟକ) : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରିଥିଲେ । ଏହି ମେଗା ରକ୍ତଦାନ ଶିବିର ଆୟୋଜନ କରି ରେକର୍ଡ ସଂଖ୍ୟକ ୧୪୦୪ ୟୁନିଟ ରକ୍ତ ସଂଗ୍ରହ କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭା କାର୍ଯ୍ୟାଳୟ ପ୍ରକୋଷ୍ଠରେ ଟିଟଲାଗଡ ବିଧାୟକ ନବୀନ ଜୈନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଯାହାକି ଟିଟିଲାଗଡ଼ ବିଧାୟକ ତଥା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛି । ବିଧାୟକ ଶ୍ରୀ ଜୈନଙ୍କ ଅକ୍ଲାନ୍ତ ପରିଶ୍ରମ ତଥା ସହରର ବିଭିନ୍ନ ସଙ୍ଗଠନ, ସଂସ୍ଥା ଏବଂ ପ୍ରତି ପଞ୍ଚାୟତରୁ ଆସି ରକ୍ତଦାତାମାନେ ରକ୍ତଦାନ କରିଥିବାରୁ ଏହା ସମ୍ଭବ ହୋଇ ପାରିଲା ବୋଲି ବିଧାୟକ ଶ୍ରୀ ଜୈନ ଆମ ପ୍ରତିନିଧିଙ୍କୁ କହିଛନ୍ତି ।

Leave A Reply

Your email address will not be published.