csstore

ସହରାଞ୍ଚଳ ଆରୋଗ୍ୟ କେନ୍ଦ୍ରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମଗ୍ର ଭାରତବର୍ଷରେ ଯସ୍ୱଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଶୁଭାରମ୍ଭ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ଠାରେ ଅବସ୍ଥିତ ଥିବା ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ମଧ୍ୟ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ୟ୍ୟକ୍ରମ ଆରମ୍ଭ ହୋଇଛି । ଏହି କାର୍ୟ୍ୟକ୍ରମରେ ମହିଳାମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସମେତ ଔଷଧ ବଣ୍ଟନ କରାଯାଇଥିଲା । ଏହି କାର୍ୟ୍ୟକ୍ରମକୁ ଛତ୍ରପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ ଓ ଜନ-ଆରୋଗ୍ୟ ସମିତି ର ଅଧ୍ୟକ୍ଷା ଶ୍ରୀମତୀ ମାମା ସେଠୀ ମିଳିତ ଭାବେ ଶୁଭାରମ୍ଭ କରିଥିଲେ । ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଡାକ୍ତର ପ୍ରଶାନ୍ତ କୁମାର ପାତ୍ର ଓ କନିଷ୍ଠ ଡାକ୍ତରଖାନା ପରିଚାଳକ ଗଣେଶ ନାହାକ ପରିଦର୍ଶନ କରି ଓ ରୋଗୀମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝି ଥିଲେ । ଆରୋଗ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରର ଫର୍ମାସୀ ଅଧିକାରୀ ସତ୍ୟରଞ୍ଜନ ବେହେରା ସେବିକା ଅଧିକାରିଣୀ ମନୀଷା ମଲ୍ଲିକ ସ୍ୱାସ୍ଥ୍ୟ ସେବା ଯୋଗାଇଥିବା ବେଳେ ଡି. ଧର୍ମା ରେଡ୍ଡୀ. ଆଶା କର୍ମୀ ନିରୁପମା ପାଣିଗ୍ରାହୀ, ମଧୁସ୍ମିତା ପାତ୍ର, ଦୁଃଖିଶ୍ୟାମ ମହାରଣା ଓ ଅନ୍ୟା କର୍ମଚାରୀ ମାନେ ସହଯୋଗ କରିଥିଲେ । ପ୍ରଥମ ଦିନରେ ୪୦ ଜଣ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ବଣ୍ଟନ କରାଯାଇଥିଲା ।

jayashree
Leave A Reply

Your email address will not be published.