ଭିକାରୀପଲ୍ଲୀ ହାଇସ୍କୁଲରେ ଜିଲ୍ଲାସ୍ତରୀୟ ବୃକ୍ଷ ରୋପଣ କାର୍ୟ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ବିଦ୍ୟାଳୟସ୍ତରୀୟ ‘ମାଆ ପାଇଁ ଗଛ ଟିଏ ‘ କାର୍ୟ୍ୟକ୍ରମ ଛତ୍ରପୁର ବ୍ଲକ ଅନ୍ତର୍ଗତ ଭିକାରିପଲ୍ଲୀ ଶ୍ରୀ ହରିହରଶ୍ୱର ପଂଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମକୁ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ର ମୁଖ୍ୟଅତିଥି ରୂପେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଆୟୋଜିତ ଏକ ସମାବେଶରେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପାତ୍ର ମୁଖ୍ୟଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷ ରୋପଣର ଆବଶ୍ୟକତା, ମାନବ ତଥା ଜୀବଜଗତ ପ୍ରତି ବୃକ୍ଷର ଅବଦାନ ଉପରେ ମତବ୍ୟକ୍ତ କରିଥିଲେ । ପ୍ରତି ଚାରିଜଣ ବିଦ୍ୟାର୍ଥୀ ଗୋଟିଏ ଚାରାର ଯତ୍ନ ନେବାପାଇଁ ପରାମର୍ଶ ଦେଇ ପୁଣି ଏକ ମାସ ପରେ ବିଦ୍ୟାଳୟକୁ ଆସି ରୋପଣ ହୋଇଥିବା ଚାରା ଦେଖିବି ବୋଲି କହିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୋରେଶ ଚନ୍ଦ୍ର ଶତପଥୀଙ୍କ ପ୍ରଯୋଜନାରେ ପରିଚାଳିତ ଏହି ବୃକ୍ଷ ରୋପଣ କାର୍ୟ୍ୟକ୍ରମରେ ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ସୁଜିତ କୁମାର ପାଢ଼ୀ,ଏବିଇଓ ସଂଯୁକ୍ତା ରଥ, ଅନୁସୂଚିତ ଜାତି /ଜନଜାତି ସଂଯୋଜକ ସରୋଜ କୁମାର ପାଳ, ପେଡାଗୋଜି ସନ୍ତୋଷ କୁମାର ପଣ୍ଡା, ସିଆରସିସି ସୁଶାନ୍ତ କୁମାର ସେଠି, ଆଲୋକ କୁମାର ସେଠି ଓ କୈଳାଶ ଚନ୍ଦ୍ର ପଣ୍ଡା ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ । ବିଦ୍ୟାଳୟର ଶିକ୍ଷକ ବୃନ୍ଦ ତାରିଣୀ ପ୍ରସାଦ ଦାସ, ଦଣ୍ଡପାଣି ଶତପଥି, ଜି. ସୁଜାତା ରାଣୀ,ବିଜୟ କୁମାର ମହାପାତ୍ର, କାଳୁ ନାହାକ ପ୍ରମୁଖ ବୃକ୍ଷରୋପଣ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.