ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟି ଓ ରୋଟ୍ରାକ୍ଟ କ୍ଲବ ଗାନ୍ଧୀ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଓ ତାଙ୍କର ଆହ୍ୱାନ ମା’ଙ୍କ ନାମରେ ଗଛ ଟିଏ ଅଭିଯାନକୁ ସଫଳ କରିବା ପାଇଁ ରୋଟାରୀଆନ, ରୋଟ୍ରାକ୍ଟ ଓ ଗାନ୍ଧୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଉତ୍ସାହର ସହ ବିଭିନ୍ନ ପ୍ରକାରର ବୃକ୍ଷର ଚାରା ରୋପଣ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ଚନ୍ଦ୍ରିକା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ବିଜୟ କୁମାର ନାୟକ ଉଦଘାଟକ ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ରୋଟ୍ରାକ୍ଟ କ୍ଲବର ଅଧ୍ୟକ୍ଷା ରୋଟାରୀଆନ ନିବେଦିତା ମହାନ୍ତି ଏବଂ ଉପଦେଷ୍ଟା ଅଧ୍ୟାପିକା ଉଷାରାଣୀ ସାହୁଙ୍କ ସଂଯୋଜନାରେ ୧୫୦ଟି ଔଷଧୀୟ ଚାରା ରୋପଣ କରାଯାଇଥିଲା । ରୋଟ୍ରାକ୍ଟ କ୍ଲବର ସଭାପତି ରୋହିତ ଦେହୁରୀ, ସମ୍ପାଦିକା ଲକ୍ଷ୍ମୀପ୍ରିୟା କୁମ୍ଭାର ଏବଂ ବହୁସଂଖ୍ୟକ ରୋଟ୍ରାକ୍ଟର ମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ନମିତା ରଥ, ବନଜା ମହାନ୍ତି, ସମସ୍ତ କର୍ମଚାରୀ, ରୋଟାରୀ କ୍ଲବ ଷ୍ଟିଲ ସିଟିର ରୋଟାରୀଆନ ପୁତୁଲ ରାହୁଲ, ଟୁନି ସାହୁ, ରଶ୍ମି ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Next Post