
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସ୍ତରୀୟ ଫୁଟବଲ ଚୟନ ଶିବିର ଛେତଗାଁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ପ୍ରଧାନ ଶିକ୍ଷକ ରାଜକୁମାର ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଚୟନ ଶିବିରରେ ମୁଖ୍ୟ ଅତିଥି ଅଦନ ସୁନା ବିଇିଓ ପାଇକମାଲ ଓ ସମ୍ମାନିତ ଅତିଥି ଦ୍ଵାଦଶ କୁମାର ପଧାନ ପ୍ରଧାନ ଶିକ୍ଷକ ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଲ ଯୋଗ ଦେଇଥିଲେ । ବ୍ଲକ କ୍ରୀଡା ସଂପାଦକ ସୁଦର୍ଶନ ମହାକୁରଙ୍କ ତତ୍ୱାବଧାନରେ ଉପସ୍ଥିତ ଥିବା ୧୨୦ ଜଣ ଖେଳାଳିଙ୍କ ମଧ୍ୟରୁ ୧୫ଜଣ ବାଳକ ଓ ୧୫ ଜଣ ବାଳିକା ଖେଳାଳିଙ୍କୁ ମନୋନୀତ କରାଯାଇଥିଲା । ଚୟନ ହୋଇଥିବା ଖେଳାଳି ବରପାଲି ବ୍ଲକ ଠାରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ଫୁଟବଲ ଚୟନ ଶିବିରରେ ଖେଳ ପ୍ରଦର୍ଶନ କରିବେ । ଖେଳ ଶିକ୍ଷକ ଲୋକନାଥ ସାହୁ, ଅମିତ ସାହୁ, ନାରାୟଣ ସାହୁ, ରଜତ କୁମାର ମିଶ୍ର, କରୁଣାକର ପ୍ରଧାନ, ପ୍ରିତମ କୁମାର ପଣ୍ଡା, ଶିବାନୀ କର୍ଣ୍ଣାଲ, ଗଣେଷ ସାହୁ, ଅକ୍ଷୟ କୁମାର ସାହୁ, କଲାନିଧି ଝାଙ୍କର, ନମିତା ସାହୁ, ହେମସାଗର ସାହୁ ପରିଚାଳନା କରିଥିଲେ । ଲିଙ୍ଗରାଜ ସାହୁ ଧନ୍ୟବାଦ ଦେଇଥିଲେ । ଉକ୍ତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।