csstore

ରକ୍ତଦାନ ଶିବିର ଅନୁଷ୍ଠିତ : ୫୧ ୟୁନିଟ୍ ରକ୍ତ ସଂଗ୍ରହ

ରାଉରକେଲା, (ସସ୍ମିତା ପ୍ରଧାନ) : ଅପରେସନ ସିନ୍ଦୂର ଉପଲକ୍ଷେ ଉତ୍କଳମଣି ହୋମିଓପାଥିକ ମେଡ଼ିକାଲ କଲେଜ ଆଣ୍ଡ ହସପିଟାଲ ତରଫରୁ ଏକ ରକ୍ତଦାନ ଶିବିର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଛାତ୍ର ସଂସଦର ସଭାପତି ଡା. ମୁକେଶ କୁମାର ମଲ୍ଲିକ ଓ ସାଧାରଣ ସମ୍ପାଦିକା ମନୀଷା ମାହେଶ୍ୱରୀଙ୍କ ଆବାହକତ୍ୱ ତଥା କଲେଜର ଅଧ୍ୟକ୍ଷ ଡା. ଶୁଭାଶିଷ ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଉଦଘାଟନ କରିବା ସହ ରକ୍ତଦାନ କରୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଅଧ୍ୟକ୍ଷ ଡା. ସେଠୀ ଓ ମୁଖ୍ୟ ଅତିଥି ଶ୍ରୀ ତନ୍ତୀ ଅପରେସନ ସିନ୍ଦୂରରେ ବଳିଦାନ, ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଓ ରକ୍ତଦାନ ମହତ ଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ରାଉରକେଲା ସରକାରୀ ଡାକ୍ତରଖାନାର ବ୍ଲଡ ବ୍ୟାଙ୍କର ଡାକ୍ତର ମୀରା ସାସମଲ, ଜୟଶ୍ରୀ ମହାନ୍ତି, ତୃପ୍ତିମୟୀ ବେହେରା, ଶୁଭେନ୍ଦୁ ନାୟକ, ପ୍ରଭାତୀ ଏକ୍କା, ଚୈତନ୍ୟ ମହନ୍ତ, ବିରେନ୍ ସିଂଙ୍କ ସହଯୋଗରେ ୫୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ସେହିପରି କଲେଜ ତରଫରୁ ଡା. ଏମ୍‌ଡି ଅବଦୁଲ କରିମ, ଡା. ଅନୀଲ କୁମାର ମିଶ୍ର, ଡ଼ା. ଶୋଭନ କୁମାର ସେଠୀ, ଡ଼ା. ଅମିତ୍ କୁମାର ବେହେରା, ଡ଼ା. ସୁନିତା ମହାରଣା, ଡା. ନମିତା ବେହେରା, ଡ଼ା. ପ୍ରିୟପ୍ରଭା ପଣ୍ଡା, ପ୍ରମୋଦ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.