ଗୋ ଖାଦ୍ୟ ଟ୍ରକରେ ଗଞ୍ଜେଇ ଚାଲାଣ ବେଳେ ୨ ହଜାର କିଲୋର ଗଞ୍ଜେଇ ଜବତ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ କନିଷି ନିକଟରୁ ୨ ହଜାର କିଲୋର ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗର ଗୁଇନ୍ଦା ଟିମ୍‌ । ଖବର ଅନୁଯାୟୀ, ରାଜ୍ୟ ବାହାରକୁ ବେଧଡ଼କ ଭାବେ ଚାଲିଛି ଗଞ୍ଜେଇ କାରବାର । ଯାହାର ପର୍ଦ୍ଦାଫାସ କରିଛି ଅବକାରୀ ବିଭାଗର ଗୁଇନ୍ଦା ଟିମ୍‌ । ଗୋ ଖାଦ୍ୟ ଟ୍ରକରେ ଗଞ୍ଜେଇ ଚାଲାଣ ବେଳେ ଧରିଛି ଅବକାରୀ ବିଭାଗର ଗୁଇନ୍ଦା ବିଭାଗ । ଗଞ୍ଜାମ ଜିଲ୍ଲା ଜାତୀୟ ରାଜପଥ ୧୬ କନିଷି ନିକଟରେ ଏକ ଗଞ୍ଜେଇ ଟ୍ରକ ଜବତ ହୋଇଛି । ପ୍ରାୟ ୨ହଜାର କିଲୋର ଗଞ୍ଜେଇ ଜବତ ହୋଇଛି । କୋରାପୁଟରୁ ଉତ୍ତରପ୍ରଦେଶ ଚାଲାଣ ବେଳେ ଧରିଛି ଅବକାରୀ ବିଭାଗ । ତେବେ ଏହି ଘଟଣାରେ ଗାଡି ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି । ଏହାପୂର୍ବରୁ ନଡ଼ିଆ କତା ବୋଝେଇ ଟ୍ରକରେ ଚାଲାଣ ହେବା ସମୟରେ ଧରିଥିଲା ଅବକାରୀ ଗୁଇନ୍ଦା ବିଭାଗ ।

Leave A Reply

Your email address will not be published.