ତୁଷୁରା, (କେପିଏନ୍ଏସ୍) : ତୁଷୁରା ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାନୁମତୀ ଛାତ୍ରୀଙ୍କ ଅଧ୍ୟକ୍ଷତାରେ ଭାରତୀୟ ରେଡକ୍ରସ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ତରଫରୁ ବିଦ୍ୟାଳୟରେ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ରେଡକ୍ରସ କାଉନସିଲର ବାଳକୃଷ୍ଣ ମହାପାତ୍ର ସର୍ବପ୍ରଥମେ ପିଲାଙ୍କୁ ରେଡକ୍ରସ ସମ୍ପର୍କରେ ଅବଗତ କରି ପ୍ରାଥମିକ ଚିକିତ୍ସା ଓ ଜଳବାୟୁ ପରିବର୍ତ୍ତନ ପାଇଁ ଆମେ କିପରି ପଦକ୍ଷେପ ନେବା ସେ ସମ୍ପର୍କରେ ବୁଝାଇଥିଲେ । ଶିକ୍ଷକ ଜଗଦୀଶ ନାଗ, ରମେଶ ପଣ୍ଡା, ଦୀପକ ମହାପାତ୍ର ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀ ଜେଆରସି ଥାଇଙ୍କ୍ୟୁ କ୍ଲାପ ଦେଇ ସମସ୍ତଙ୍କୁ ଧନ୍ୟବାଦ୍ କରିଥିଲେ ।
Prev Post