ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦୁଝର ଜିଲ୍ଲା ବଡବିଲ ସ୍ଥିତ ମ୍ୟୁନିସିପାଲ ଉଚ୍ଚ ବିଦ୍ୟାଳୟରେ ରାଜ୍ୟସ୍ତରୀୟ ସ୍କୁଲ ଗେମ ଟାଇକଣ୍ଡୋ ପ୍ରତିଯୋଗିତା ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛ । ଏଥିରେ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘ ସଂପାଦକ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଏକ ୧୭ ଜଣିଆ ଟିମ୍ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାରୁ ୩୦୦ରୁ ଉଦ୍ଧ୍ୱର୍ ପ୍ରତିଯୋଗୀ ଭାଗ ନେଇଥିଲେ । ଏଥିରେ ୧୭ ବର୍ଷରୁ କମ୍ ବାଳକ ବିଭାଗରେ ବଲାଙ୍ଗିର କଦମପଡା ସରସ୍ୱତୀ ଶିଶୁ ମନ୍ଦିରର ଜୟମ ସାହୁ ୫୯ରୁ ୬୩ କେଜି ଓଜନ ଖିରୁଗି ବିଭାଗରେ ରୌପ୍ୟ ପଦକ, ୟୁଜିଏଚ୍ଏସ୍ ଚିକଲବାହାଲର ଜ୍ୟୋର୍ତିମୟ ଜେନା ୫୫ରୁ ୫୯ କେଜିରେ ବ୍ରୋଞ୍ଜ ପଦକ, ୩୫ କେଜିି ଓଜନରୁ କମ୍ ପ୍ରିତମ ବିଶ୍ୱାଲ ବୋଞ୍ଜ, ବାଳିକା ବିଭାଗରେ ଶ୍ରାବଣୀ ଜାଲ ୪୪ରୁ ୪୬ କେଜି ଓଜନରେ ବ୍ରୋଞ୍ଜ ପଦକ, ସେହିଭଳି ୧୪ ବର୍ଷରୁ କମ୍ ବାଳକ ଗୋପବନ୍ଧୁ ନନ୍ଦ ୨୩ରୁ ୨୫ କେଜି ଖିରୋଗୀରେ ରୌପ୍ୟ ପଦକ, ଯୁବରାଜ ତୁମୁନିୟା ୨୭ରୁ ୨୯ ଓଜନରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏଥିରେ ଅସୀମ କୁମାର ଭୋଇ ରାଜ୍ୟ ଟେକ୍ନିକାଲ ଅଫିସିଆଲ ତଥା ଜଜ୍ ଭାବେ ଦାୟିତ୍ୱ ତୁଳାଇଥିବା ବେଳେ ଚିକଲ ବାହାଲ ୟୁଜିଏଚ୍ଏସ୍ ପିଇଟି ରାଜକିଶୋର ପାଣିଗ୍ରାହୀ ଓ ଏନ୍ବି ଉଚ୍ଚ ବିଦ୍ୟାଳୟ ଜରାସିଂହା ପିଇଟି ପୁଷ୍ପାଞ୍ଜଳି କିଶାନ ମ୍ୟାନେଜର ଭାବେ ଯୋଗଦାନ ଦେଇଥିଲେ । ଏ ଅବସରରେ ମୁଖ୍ୟ ଅତିଥି ସହକାରୀ ନିର୍ଦ୍ଦେଶକ ଶାରୀରିକ ଶିକ୍ଷା ଜ୍ୟୋତି ପ୍ରସାଦ ପରିଡା କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ମେଡାଲ ସହ ସମ୍ମାନିତ କରିଥିଲେ । ଟାଇକଣ୍ଡୋ କ୍ରୀଡା ସରକାରୀ ସ୍କୁଲ ସ୍ତରରେ ସାମିଲ ହୋଇଥିବାରୁ ଛାତ୍ରଛାତ୍ରୀମାନଙ୍କ ମନରେ ଅତ୍ୟନ୍ତ ଉତ୍ସାହ ଦେଖିବାକୁ ମିଳିଛି ।
Prev Post