csstore

ସାଇଟ୍‌ କଲେଜରେ ଯୋଗ ଶିକ୍ଷା ତାଲିମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିକଟସ୍ଥ ସଦାଇପାଲି ପଲ୍ଲିଶ୍ରୀ ବିହାର ପରିସରରେ ସାଇଟ୍‌ କଲେଜ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ଯୋଗ ଶିବିରର ଆୟୋଜନ କରାଯାଇଥିଲା । ଏଥିରେ ବିନିକାର ଜଣାଶୁଣା ଯୋଗ ଶିକ୍ଷକ ସୁରେଶ ବେହେରା ଯୋଗଦାନ କରି ଶିବିରାର୍ଥୀ ମାନଙ୍କୁ ଯୋଗର ଉପାଦେୟତା ବିଷୟରେ ବୁଝାଇ ବିଜ୍ଞାନ ଯୁଗରେ ମଧ୍ୟ ଏହାର ଚାହିଦା ଥିବା ପ୍ରକାଶ କରିଥିଲେ । ଶତାଧିକ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଯୋଗାସନ କରାଇଥିଲେ । ଏଥିରେ ଶ୍ରୀ ବେହେରାଙ୍କ ଧମପତ୍ନୀ କସ୍ତୁରୀ ବେହେରା ଓ ପ୍ରକାଶ ମେହେର ସହଯୋଗ କରିଥିଲେ । କଲେଜର ଅଧ୍ୟକ୍ଷା ଇଂ. ନମିତା ପଟେଲଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଯୋଗ ଶିବିରରେ ଅନ୍ୟମାନଙ୍କ ମଧ୍ୟରୁ ଶାନ୍ତନୁ ମିଶ୍ର, ଅଶୋକ ପଧାନ, କମରୁନ ନିଶା, ଅମିୟ ଯୋଷୀ, ଅନୁପମା ବାଗ, ଲକ୍ଷ୍ମୀ ମେହେର, ମହମ୍ମଦ କାଜିମ, ଜତିନ ରଣା ପ୍ରମୁଖ ସହଯୋଗ କରିଥିଲେ । ଆଗକୁ ମଧ୍ୟ ଏପରି ଯୋଗ ଶିବିର ଆୟୋଜନ କରି ସମସ୍ତ ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯିବ ବୋଲି ଜଣାଯାଇଛି ।

jayashree
Leave A Reply

Your email address will not be published.