ଜିଲ୍ଲା ବ୍ରାହ୍ମଣ ମହାସଭା ଆନୁକୂଲ୍ୟରେ ସାମୂହିକ ତିଳତର୍ପଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନରସିଂହ ମନ୍ଦିର ପରିସରରେ ଜିଲ୍ଲା ବ୍ରାହ୍ମଣ ମହାସଭା ସଂପାଦକ ଆଇନଜୀବୀ ଜୟରାମ ମିଶ୍ରଙ୍କ ଆହ୍ୱାନ କ୍ରମେ ସାମୂହିକ ତିଳତର୍ପଣ ଅନୁଷ୍ଠିତ ହୋଇଯାଇଛି । ଉପରୋକ୍ତ କାର୍ଯ୍ୟକ୍ରମକୁ ପଣ୍ଡିତ ସନ୍ତୋଷ କୁମାର ଶତପଥି, ପଣ୍ଡିତ ଗୋକୁଳା ମିଶ୍ର, ପଣ୍ଡିତ କିଶୋର କୁମାର ମିଶ୍ର, ଶ୍ୟାମ ସୁନ୍ଦର ଦାଶ ପୋ÷÷ରୋହିତ୍ୟ କରିଥିଲେ । ଉପରୋକ୍ତ କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ପର୍ଶୁରାମ ନାୟକ ଏବଂ ନଗର ସଭାପତି ନରେନ୍ଦ୍ର ଆଚାର୍ଯ୍ୟ ସମ୍ପୂର୍ଣ୍ଣ ସହଯୋଗ କରିଥିବା ବେଳେ ଗୋପବନ୍ଧୁ ପୁରୋହିତ, ଲୋକନାଥ ନେପାକ, ଜୟରାମ ମିଶ୍ର ଏବଂ କିଶୋର ମୋହନ ମିଶ୍ର ପୂର୍ବପୁୁରୁଷଙ୍କ ଉପଲକ୍ଷେ ସାମୂହିକ ଭାବରେ ତିଳତର୍ପଣ କରିଥିଲେ । ସୁଶ୍ରୀ ରାଜଶ୍ରୀ ତ୍ରିପାଠୀ ଏବଂ ରାମ ଶଙ୍କର ଶତପଥୀ ସହଯୋଗ କରିଥିଲେ ।

Leave A Reply

Your email address will not be published.