csstore

ଆମ ଆଦମି ପାର୍ଟି ବଲାଙ୍ଗିର ପକ୍ଷରୁ ଦାବିପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଆମ୍‌ ଆଦମି ପାର୍ଟି ଜିଲ୍ଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେଙ୍କ ନେତୃତ୍ୱରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଅଧିକ୍ଷକଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲର ବିଭିନ୍ନ ବିଷୟରେ ଏକ ଦାବିପତ୍ର ଦିଆଯାଇଛି ଏବଂ ଶ୍ରୀ ପାଣ୍ଡେ କହିଛନ୍ତି ବଲାଙ୍ଗିରରେ ଦୁଇ ଦୁଇଟି ମନ୍ତ୍ରୀ ଜଣେ ଉପମୁଖ୍ୟମନ୍ତ୍ରୀ ଏବଂ ଜଣେ ସ୍ୱାସ୍ଥ୍ୟ ମନ୍ତ୍ରୀ ଥାଇ କି ଯଦି ବଲାଙ୍ଗିର ସ୍ୱାସ୍ଥ୍ୟ ବ୍ୟବସ୍ଥା ଚରମ ସୀମାରେ, ଭଗବାନ ଭରସାରେ ତା ହେଲେ ଏଥିରୁ ଆଉ ଲଜ୍ୟା ଜନକ କଥା କ’ଣ ଅଛ । ତେଣୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ବିଭିନ୍ନ ସମସ୍ୟା ରହିଛି, ବହୁତ ଦୂର ଦୂରାନ୍ତରୁ ବିଭିନ୍ନ ଜିଲ୍ଲାରୁ ରୋଗୀ ଆସୁଛନ୍ତି କିନ୍ତୁ ରୋଗୀମାନେ ବିଭିନ୍ନ ମାଧ୍ୟମରେ ହଇରାଣ ହେଉଛନ୍ତି । ତେଣୁ ବଲାଙ୍ଗିର ଆମ ଆଦମୀ ପାର୍ଟି ଦାବି କରୁଛି ହସ୍ପିଟାଲରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ତୁରନ୍ତ କରାଯାଉ । ସମସ୍ୟା ଗୁଡିକ ହେଲା ସ୍ପେସାଲିଷ୍ଟ ଡାକ୍ତର ଅଭାବରୁ ଅନକେ ରୋଗୀ ବାହାରକୁ ରେଫର କରାଯାଉଛ । ତେଣୁ ପ୍ରତ୍ୟେକ ବିଭାଗର ସ୍ପେସାଲିଷ୍ଟ, ପ୍ରଫେସର ଏବଂ ଏଚ୍‌ଓଡି ସବୁ ବିଭାଗରେ ରଖାଯାଉ, ମେଡିକାଲ କଲେଜ ହସ୍ପିଟାଲରେ ସ୍ଥାୟୀ ବ୍ଲଡ ବ୍ୟାଙ୍କ କରାଯାଉ, ଏମ୍‌ଆର୍‌ଆଇ ଏବଂ ସିଟିସ୍କେନ ମେଡିକାଲ କଲେଜରେ ସ୍ଥାୟୀ କରାଯାଉ, ମୋଟର ସାଇକଲ ଷ୍ଟାଣ୍ଡ ସବୁ ଆଡେ ଛାଉଣୀ କରାଯାଉ, ହସ୍ପିଟାଲ ପରିସର ସଫା ରଖାଯାଉ, ମେନ ରୋଡରୁ ହସ୍ପିଟାଲ ପରିସର ଗେଟ ପର୍ଯ୍ୟନ୍ତ ଆସୁଥିବା ରୋଡ୍‌ରେ ଲାଇଟର ବ୍ୟବସ୍ଥା କରାଯାଉ । ଏହି ସବୁ ସମସ୍ୟା ଗୁଡିକର ସମାଧାନ ତୁରନ୍ତ କରାଯାଉ ନଚେତ ଆନ୍ଦୋଳନ ତୀବ୍ର ହେବ ବୋଲି ଆପ୍‌ ନେତା ଶ୍ରୀ ପାଣ୍ଡେ କହିଛନ୍ତି ଏବଂ ଆମ ଆଦମୀ ପାର୍ଟି ବଲାଙ୍ଗିର ଦାବି କରୁଛ । ଏହି କାର୍ଯ୍ୟକ୍ରମରେ ଆପ୍‌ ବଲାଙ୍ଗିର ସମ୍ପାଦକ ଜୟପ୍ରକାଶ ମିଶ୍ର, ମାଇନୋରିଟି ସଭାପତି ଅଶୋକ ସୁନା, ଯୁବ ବିଙ୍ଗ ଇନ୍‌ଚାର୍ଜ ରମାକାନ୍ତ ବେହେରା, ବିଧାନସଭା ସଭାପତି ସଦାଶିବ ମେହେର, ନଗର ସଂପାଦକ ଅନ୍ତର୍ଯ୍ୟାମି ସାହୁ, ପଙ୍କଜ ସାହୁ, କାହ୍ନୁ କରଣ, ବାଳକୃଷ୍ଣ ନାଏକ, କୁନା ତରିଆ, ଶ୍ରୀବଚ ସାହୁ ଏବଂ ଅନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.