ପିତୃ ହତ୍ୟାର ପ୍ରତିଶୋଧ : ଶବ ଉଦ୍ଧାର, ଦୁଇ ଭାଇ ଗିରଫ

ବୈପାରୀଗୁଡା, (ବିକ୍ରାନ୍ତ କୁମାର ବେବର୍ତ୍ତା) : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନିଜ ବାପାଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ହତ୍ୟାକାରୀଙ୍କୁ ହତ୍ୟା କରିଛନ୍ତି ତିନି ଭାଇ । ଦୁଇଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ଅଛି । ଘଟଣାରୁ ପ୍ରକାଶ ଯେ, ଗତ ଅଗଷ୍ଟ ୪ ତାରିଖ ଦିନ ଦଣ୍ଡାବାଡି ବିଏସ୍‌ଏଫ୍‌ କ୍ୟାମ୍ପ ନିକଟରେ ଏକ ମୃତଦେହ ଉଦ୍ଧାର ହୋଇଥିଲା । ଯାହାକି ସେଇ ପଂଚାୟତ ଅନ୍ତର୍ଗତ ଅଣ୍ଡାରିଯୋଡି ଗ୍ରାମର ଧନ ଭୂମିଆଙ୍କର ବୋଲି ଜଣାପଡିଥିଲା । ମୃତ ଧନଙ୍କ ପୁଅମାନଙ୍କ ଏତଲା ଆଧାରରେ ମଠପଡ଼ିଆଗୁଡାର ମୋତି ଦଳେଇକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହା ପରେ ଗ୍ରାମର ସମାରୁ ପୂଜାରୀ ନିଖୋଜ ହୋଇଯାଇଥିଲେ । ପୋଲିସ ଏହାର ତଦନ୍ତ କଲାବେଳେ ଜାଣିବାକୁ ପାଇଲେ ଯେ, ପିତୃ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ଅଣ୍ଡରିଯୋଡି ଗ୍ରାମର ହରିହର ଭୂମିଆ, ଭୀମ ଭୂମିଆ, ସୋମନାଥ ଭୂମିଆ ସମାରୁଙ୍କୁ ହତ୍ୟା କରିଥିବା ଜଣାପଡିଥିଲା । ପୋଲିସ ହତ୍ୟା କାଣ୍ଡ ଉପରୁ ପରଦା ଉଠାଇବା ସହ ଦୁଇ ଜଣକୁ ଗିରଫ କରିଥିବା ବେଳେ ଆଉ ଜଣେ ଭାଇ ଫେରାର ଥିବା ଜଣାପଡିଛି ।

Leave A Reply

Your email address will not be published.