csstore

ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଟିଟିଲାଗଡ଼ ପୋଲିସ : ଗଞ୍ଜେଇ ଜବତ, ଜଣେ ଗିରଫ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଅପରେସନ ପ୍ରହାରରେ ଟିଟିଲାଗଡ଼ ପୋଲିସର ଦ୍ୱିତୀୟ ସଫଳତା । ଶନିବାର ସକାଳୁ ଟିଟିଲାଗଡ ଥାନାଧିକାରୀ ଶ୍ରୀମତୀ କଲ୍ୟାଣୀ ବେହେରା ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଟିଟିଲାଗଡ଼ ସିରଭଟା ପଡ଼ା ରେଳ ଷ୍ଟେସନ ନିକଟ ରେଳବାଇ କଲୋନୀ ନିକଟରେ ଜଣେ ଯୁବକ ରେଳବାଇ କଲୋନୀ ଆଡେ ବୁଲୁଥିବା ବେଳେ ତାକୁ ଅଟକାଇ ପଚରା ଉଚୁରା କରିବା ସହ ଧରିଥିବା ବ୍ୟାଗ ଯାଞ୍ଚ କରିଥିଲେ । ତେବେ ସେହି ବ୍ୟାଗରୁ ଗଞ୍ଜେଇ ବାହାରିଥିଲା । ଟିଟିଲାଗଡ଼ ତହସିଲଦାର ଶୁଭାଶିଷ ଶତପଥୀଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା । ଓଜନ ପରେ ୪ କେଜି ୫୦ ଗ୍ରାମ ଗଞ୍ଜେଇ ବାହାରି ଥିବାବେଳେ ଗଞ୍ଜେଇ ଚାଲାଣ କରୁଥିବା ଯୁବକ ଛତିଶଗଡ ରାଜ୍ୟର ମୁକେଶ ପାଟୁଆ ବୋଲି ଜଣାପଡିଛି । ଅଧିକ ତଦନ୍ତ ପାଇଁ ଟିଟିଲାଗଡ଼ ପୋଲିସ ସେହି ବ୍ୟକ୍ତିଙ୍କୁ ଥାନାକୁ ଆଣିଛନ୍ତି । ଟିଟିଲାଗଡ଼ ରେଳ ଜଙ୍କସନ ପାଲଟିଛି ଗଞ୍ଜେଇ ହବ, ଦିନକୁ ଦିନ ଗଞ୍ଜେଇ ଚାଲାଣ ବୃଦ୍ଧି ପାଉଥିବା ବେଳେ ଆଜି ଟିଟିଲାଗଡ଼ ପୋଲିସର ଆଉ ଏକ ପ୍ରହାର ଗଞ୍ଜେଇ ଚାଲାଣ ବିରୋଧରେ ।

jayashree
Leave A Reply

Your email address will not be published.