ଲୋଇସିଂହା, (ବିମନ୍ଦେୁ ସାହୁ) : ଲୋଇସିଂହା ଢୋଲମହୁଲ ସ୍ଥିତ ମା’ ଶାରଳା ଶକ୍ତିପୀଠରେ ଷୋଡ଼ଶ ଦିନାତ୍ମକ ଶାରଦୀୟ ଦୁର୍ଗାପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ରବିବାର ଠାରୁ ଖଣ୍ଡାବସା ହେବ । ଚଳିତ ସେପ୍ଟେମ୍ବର ୧୪ରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ମା’ଙ୍କ ବିଭିନ୍ନ ବେଶ କରାଯିବା ସହିତ ପ୍ରତ୍ୟହ ଭଜନ କୀର୍ତ୍ତନ, ଚଣ୍ଡୀପାଠ, ହୋମଯଜ୍ଞ, ପ୍ରବଚନ ସାଙ୍ଗକୁ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ରହିଛି । ଏଥିସହିତ ଇଚ୍ଛୁକ ଶ୍ରଦ୍ଧାଳୁ ଦେବୀଙ୍କ ନିକଟରେ ତ୍ରିଦିନାତ୍ମକ, ନବ ଦିନାତ୍ମକ ଅଥବା ଷୋଡ଼ଶ ଦିନାତ୍ମକ ଭାବେ ଅଖଣ୍ଡ ଜ୍ୟୋତି ଜଳାଇ ପାରିବେ । ପ୍ରତ୍ୟହ ସକାଳ ୬ ଟାରେ ଦେବୀଙ୍କ ମଙ୍ଗଳ ଆଳତୀ ତଥା ନୀତିପୂଜା, ୮ ଟାରେ ଅବତାର ପୁଜା, ୧୦ ଟାରେ ସକାଳ ଆଳତୀ, ପୁଷ୍ପାଞ୍ଜଳି ଓ ବାଳଭୋଗ ଅର୍ପଣ, ଅପରାହ୍ନ ୧ ଟାରେ ଚଣ୍ଡୀପାଠ ଓ ପରେ ହୋମଯଜ୍ଞ ତଥା ପ୍ରସାଦ ସେବନର କାର୍ଯ୍ୟକ୍ରମ ରହିଛି । ପୀଠର ଅଧ୍ୟକ୍ଷ ତଥା ମୁଖ୍ୟ ପୃଷ୍ଠପୋଷକ ମୁରଲୀ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଘାସିରାମ ପୂଟା, ରବି କୁଅଁର, ମୁକେଶ ଭୋଇ, ଜିବର୍ଦ୍ଧନ ଧରୁଆ, ଡାକ୍ତର କୁଅଁର, ପ୍ରକାଶ ମହାରଣା ପ୍ରମୁଖ ଉପସ୍ଥିତ ଥିବାବେଳେ ବ୍ରଜମୋହନ ବିଶୋଇ ଧନ୍ୟବାଦ୍ ଅର୍ପଣ କରିଥିଲେ ।