csstore

ଶ୍ରଦ୍ଧାରେ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଭିନ୍ନକ୍ଷମଙ୍କ ପାଇଁ ପ୍ରତିଶ୍ରୁତିବଦ୍ଧ ଥିବା ସାମାଜିକ ଅନୁଷ୍ଠାନ ଶ୍ରଦ୍ଧା ଠାରେ ଶିକ୍ଷକ, ଅଭିଭାବକ ଓ ଭିନ୍ନକ୍ଷମ ଙ୍କ ସହ ସମ୍ପୃକ୍ତି ଥିବା କର୍ମକର୍ତ୍ତାଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟିପିଡବ୍ଲୁଓଡିଏଲ୍‌ ପ୍ରାୟୋଜିତ ଏହି କାର୍ମଶାଳାରେ ଅନୁଷ୍ଠାନର ସାଧାରଣ ସମ୍ପାଦକ କାର୍ତ୍ତିକଚନ୍ଦ୍ର ପାଣ୍ଡବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାରିପଦା ସ୍ଥିତ ସାଧନା ଅନୁଷ୍ଠାନର ମୁଖ୍ୟ ରଞ୍ଜିତ କୁମାର ମହାପାତ୍ର ଏହି କର୍ମଶାଳା ସମ୍ପର୍କରେ ଆଲୋଚନା କରିଥିଲେ । ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ ଭିନ୍ନକ୍ଷମମାନେ ବିଭିନ୍ନ ସମୟରେ ଅସୁବିଧା ସୃଷ୍ଟି କରୁଥିବା ସମୟରେ କିପରି ସେମାନଙ୍କର ଅସୁବିଧା କୁ ବୁଝି ସେମାନଙ୍କୁ ମାର୍ଗଦର୍ଶନ ଦେବା ଓ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଇବା ଉଭୟ ଅଭିଭାବକ ଓ ଗୁରୁମାନଙ୍କର ଦାୟିତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ । ଯେହେତୁ ସେମାନେ ମାନସିକ ଭାବେ ଅନଗ୍ରସର ରହିଥାନ୍ତି, ତେଣୁ ଧୈର୍ଯ୍ୟର ସହ ସେମାନଙ୍କ ସହ ମିଶି କର୍ମଦକ୍ଷତା ବଢ଼ାଇବା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏଥିପାଇଁ ଅଭିଭାବକ ଓ ଗୁରୁମାନଙ୍କୁ ମାନସିକ ଭାବେ ପ୍ରସ୍ତୁତ ରହିବା ସହ ପରିବେଶ ସହ ଖାପ ଖୁଆଇ ଦିବ୍ୟାଙ୍ଗ ମାନଙ୍କୁ ମାର୍ଗଦର୍ଶନ କରାଇବା ପାଇଁ ଶିକ୍ଷା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସିବିଆର୍‌ ପ୍ରୋଗ୍ରାମିଙ୍ଗ ପ୍ରବନ୍ଧକ ରିନୁଲତା ମହାରଣା, ସୁଜାତା ରାଉତ, ପ୍ରିତୀ ବାରିକ, ଅଞ୍ଜଳି ମହାରଣା, ଶିବାନୀ ସ୍ୱାଇଁ, ଅର୍ଚ୍ଚନା ମିଞ୍ଜ, ଗଗନ ମହାନ୍ତି, ସୁକୁମାର ପାଣ୍ଡବ, ଧର୍ମେନ୍ଦ୍ର ଓଝା, କ୍ରିଷ୍ଣା ଗୋପ, ଦୀପକ ଗୋପ, ଏମ୍‌ଡି ୱ୍।ଜିଦ୍ ହୁସେନ, ଶିବ ମହତୋ, ଦାହାରୁ ଓରାମ, ମମତା ଗୌଡ, ଗଙ୍ଗେଇ ମିଞ୍ଜ, ଚନ୍ଦ୍ରିକା ପାଣ୍ଡବ, ମାନସୀ ପଟେଲ, ସନ୍ତୋଷୀ, ଇତିଶ୍ରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.