csstore

ଟିଟିଲାଗଡ଼ ଡିଏଭି ମହାବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ର ଡିଏଭି ମହାବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସ ଧୁମଧାମରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ର ବିଧାୟକ ନବୀନ ଜୈନ, ସମ୍ମାନିତ ଅତିଥି ଭାବେ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ମୁଖ୍ୟବକ୍ତା ବିଷ୍ଣୁ ଚରଣ ଚୌଧୁରୀ, ସମ୍ମାନିତ ବକ୍ତା ଅଚ୍ୟୁତ ପୁରୋହିତ, ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋବିନ୍ଦ ମେହେର, ଯୁକ୍ତଦୁଇ ଅଧ୍ୟକ୍ଷ ଦେବଦତ୍ତ ଗୁରୁ, ପରିଚାଳନା କମିଟିର ପୂର୍ବତନ ସଭାପତି ଡ. ଦୋଳଗୋବିନ୍ଦ ବିଶି ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରଥମେ ଡ. ବିଶି ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ବାର୍ଷିକ ବିବରଣୀ ପାଠ କରିଥିଲେ ଇଂରାଜୀ ପ୍ରାଧ୍ୟାପକ ଦେବଦତ୍ତ ଗୁରୁ । ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ଅଧ୍ୟକ୍ଷ ଗୋବିନ୍ଦ ମେହେର । ଏହାପରେ ଦୟାନନ୍ଦ ସରସ୍ୱତୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଦୀପ ପ୍ରଜ୍ୱଳନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ଜୈନ ଏହି ମହାବିଦ୍ୟାଳୟର ଉନ୍ନତି ନିମନ୍ତେ ସମସ୍ତ ସହଯୋଗ କରିବି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ମହାବିଦ୍ୟାଳୟର ରମାକାନ୍ତ ବେହେରା, ଅରୁଣ ପ୍ରଧାନ, କୃଷ୍ଣଚନ୍ଦ୍ର ଶତପଥୀ, ସଞ୍ଜୟ ପଟ୍ଟନାୟକ, ବିପିନ କୁମାର ରାଉତ, ସସ୍ମିତା ପାଣିଗ୍ରାହୀ, ଆଲୋକ ଲକ୍ଷ୍ମୀ ବେହେରା, ଅଳକାନନ୍ଦା ମଲ୍ଲ ଏବଂ ଅନ୍ୟ ଅଧ୍ୟାପକ, ଅଧ୍ୟାପିକାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.