csstore

ଭାଙ୍ଗିଲା ଗଛ, ଅଳ୍ପକେ ବର୍ତ୍ତିଲେ ବିଡ଼ିଓ ଓ ବ୍ଲକ କର୍ମଚାରୀ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ସାମ୍ନାରେ ଥିବା ଏକ ପୁରୁଣା ଗଛ ଆକସ୍ମିକ ଭାବରେ ଭାଙ୍ଗି ପଡ଼ିବାରୁ ସୋମବାର ଅପରାହ୍ନରେ ଖପ୍ରାଖୋଲ ବିଡ଼ିଓ ଓ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ଅନୁଯାୟୀ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ ନିଜ ସରକାରୀ ଗାଡ଼ିରେ ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜକିଶୋର ନାଏକ ଓ ଅନ୍ୟ ଦୁଇଜଣ କର୍ମଚାରୀ ମହରାପଦରରୁ ଜନ ଅଭିଯୋଗ ଶୁଣାଣୀ ଶିବିର ଶେଷ କରି ଅପରାହ୍ନରେ ଫେରୁଥିବା ବେଳେ ଥାନା ସାମ୍ନାରେ ଥିବା ଏକ ପୁରୁଣା ଗଛ ଆକସ୍ମିକ ଭାବରେ ଭାଙ୍ଗି ଯାଇ ଗାଡି ଉପରେ ପଡୁ ପଡୁ ଗାଡି ସମ୍ମୁଖରେ ଭାଙ୍ଗି ପଡ଼ିଥିଲା । ଡ୍ରାଇଭର ବ୍ରେକ ମାରିଦେବାରୁ ଏକ ବଡ ଅଘଟଣରୁ ବିଡ଼ିଓ ସମେତ ଅନ୍ୟମାନେ ବର୍ତ୍ତି ଯାଇଥିଲେ । ଗଛଟି ବିଦ୍ୟୁତ୍ ତାର ଉପରେ ପଡିବାରୁ ଗୋଟିଏ ଇଲେକ୍ଟ୍ରି ଖମ୍ବ ମଧ୍ୟ ଉପୁଡି ଯାଇଥିବାବେଳେ ସର୍ଟ ହୋଇ ବିଦ୍ୟୁତ୍ ମଧ୍ୟ କଟିଯିବାରୁ ଆଖପାଖରେ ଥିବା ସମସ୍ତେ ଅଳ୍ପକେ ବର୍ତ୍ତି ଯାଇଥିଲେ । ଏହା ପରେ ବିଡ଼ିଓ ଅଗ୍ନିଶମ ବିଭାଗକୁ ଖବର ଦେଲା ପରେ ବିଦ୍ୟୁତ୍ କର୍ମଚାରୀ ଓ ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ଗଛ କାଟି ସଫା କରିଥିଲେ । ଏହି ଅବସରରେ ଅଗ୍ନିଶମ ଅଧିକାରୀ ଜୟ ଗୋପାଳ ପଣ୍ଡା, ଥାନା ଅଧିକାରୀ ନରେନ୍ଦ୍ର ଛତର, ବିଦ୍ୟୁତ୍ ବିଭାଗ କନିଷ୍ଠ ଯନ୍ତ୍ରୀ ସୌମ୍ୟ କିଶୋର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଗଛ କାଟିଲା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା ।

jayashree
Leave A Reply

Your email address will not be published.