csstore

ଠେମରା ପଞ୍ଚାୟତରେ ଏକ୍‌ ପେଡ଼୍‌ ମା’ କେ ନାମ୍ କାର୍ଯ୍ୟକ୍ରମ ପାଇଁ ବ୍ୟାପକ ପ୍ରସ୍ତୁତି

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଠେମରା ପଞ୍ଚାୟତରେ ଏକ୍‌ ପେଡ଼୍‌ ମା’ କେ ନାମ୍ କାର୍ଯ୍ୟକ୍ରମ ପାଇଁ ବ୍ଲକ ଓ ପଞ୍ଚାୟତ ପ୍ରଶାସନର ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆସନ୍ତା ୧୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ବୃକ୍ଷରୋପଣ ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି । ଏଥିରେ ବଲାଙ୍ଗିର ପ୍ରକଳ୍ପ ନିର୍ଦ୍ଦେଶକ ତରଣୀ ସୁନା, ଏମ୍‌ସି ଅଶୋକ କୁମାର ସାହୁ, ବଙ୍ଗୋମୁଣ୍ଡା ବ୍ଲକ ସହକାରୀ ଯନ୍ତ୍ରୀ ଦେବକୁମାର ପ୍ରଧାନ, ବଙ୍ଗୋମୁଣ୍ଡା ବ୍ଲକ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ଲକ୍ଷ୍ମଣ ବୁଡେକ, କନିଷ୍ଠ ଯନ୍ତ୍ରୀ ଜୟନାରାୟଣ ବାଗ, ଠେମରା ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀକାନ୍ତ ବାଗ, ଠେମରା କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ଗହୀର, ଗାଁ ସାଥି ଦୁର୍ଗାପ୍ରସାଦ ବଚ୍ଛା, କ୍ଷୀରସିନ୍ଧୁ ନାଗ, ହାଡ଼ିପା ଛତ୍ରିଆ ଓ ଠେମରା ପଂଚାୟତର ବହୁ ଅଣକୁଶଳୀ ଶ୍ରମିକମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ଲକ୍ଷାଧିକ ବୃକ୍ଷରୋପଣ କରିବା ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲ୍ଲା ପ୍ରଶାସନର ଅଧିକାରୀମାନେ ବିଭିନ୍ନ ସ୍ଥାନକୁ ଗସ୍ତ କରି ତଦାରଖ କରୁଥିବା ଦେଖିବାକୁ ମିଳିଛି ।

jayashree
Leave A Reply

Your email address will not be published.