csstore

ବଙ୍ଗୋମୁଣ୍ଡାରେ ଚଉଷଠି ଯୁଗନୀ ସାହିତ୍ୟ କଳା ପରିଷଦ ପକ୍ଷରୁ ନୂଆଁଖାଇ ଭେଟଘାଟ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ସତ୍ୟ ମହିମା ଆଶ୍ରମ ଠାରେ ଚଉଷଠି ଯୁଗନୀ ସାହିତ୍ୟ କଳା ପରିଷଦ ବଙ୍ଗୋମୁଣ୍ଡାର ଷଷ୍ଠତମ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଡ଼ଃ ନାରାୟଣ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା, ମୁଖ୍ୟବକ୍ତା ଭାବେ ମୁରିବାହାଲ କଲେଜର ଓଡ଼ିଆ ଅଧ୍ୟାପକ ଦିଲ୍ଲୀପ ପଶାୟତ, ବିଶିଷ୍ଟ ଅତିଥି ଭାବେ ବଙ୍ଗୋମୁଣ୍ଡା ସତ୍ୟ ମହିମା ଆଶ୍ରମର ମଠାଧିସ କପିଳେନ୍ଦ୍ର ବାବା, ବଙ୍ଗୋମୁଣ୍ଡା ସରପଞ୍ଚ ତଥା ସରପଞ୍ଚ ସଂଘ ବଙ୍ଗୋମୁଣ୍ଡା ବ୍ଲକ ସଭାପତି ଅଜିତ ଯୋଶୀ, ସମ୍ମାନିତ ବକ୍ତା ଭାବେ ଅବସରପ୍ରାପ୍ତ ଓଡ଼ିଆ ଅଧ୍ୟାପକ ବିନୟ କୁମାର ଦାସ, ସମ୍ମାନିତ ଅତିଥି କଣ୍ଟାବାଞ୍ଜି ନିର୍ଝରିଣୀ ଅନୁଷ୍ଠାନର ସମ୍ପାଦକ ବିରଞ୍ଚି ନାରାୟଣ ଦାସ, ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘର ସଭାପତି ରଶ୍ମିରଞ୍ଜନ ପୁଟେଲ, ଆଦିବାସୀ ନେତା ସୁରେଶ ଭୋଇ, ସମାଜସେବୀ ବିଦ୍ୟା ଜୈନ, ଅନୁଷ୍ଠାନର ସମ୍ପାଦକ ନିଗମାନନ୍ଦ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ନୂଆଁଖାଇର ପରମ୍ପରା ଓ ଇତିବୃତ୍ତି ସମ୍ପର୍କରେ ଆଲୋକପାତ କରିଥିଲେ । ପଶ୍ଚିମ ଓଡିଶାର କୃଷିଭିତ୍ତିକ ନୂଆଁଖାଇ ଭାଇଚାରାର ପର୍ବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ପୂଜାର୍ଚ୍ଚନା ପରେ ଅତିଥି ମାନଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବଲାଙ୍ଗିର ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ସଂଗଠନ ସମ୍ପାଦକ ହୁଲେଶ୍ୱର ହଂସ ସଂଯୋଜନା କରିଥିଲେ । ଅଞ୍ଚଳର ବିଶିଷ୍ଟ କଳାକାର, ସାହିତ୍ୟିକ, କବି, ସାମ୍ବାଦିକ, ଡାକ୍ତର, ରାଜନୈତିକ ଜନପ୍ରତିନିଧି ମାନଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା । ଏହି ଅବସରରେ ୨୦ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଉଲ୍ଲେଖନୀୟ ଅବଦାନ ପାଇଁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭକ୍ତବନ୍ଧୁ ସାହୁ, ଡୁଲେଶ୍ୱର ମେହେର, ଦୀପକ ଯାଦବ, ତେଜୁରାମ ବାଗ, ଅଶୋକ ନାରାୟଣ ଭୋଇ, ହରିଦାସ ଛୁରା, ଚିଣ୍ଟୁ ପୁଟେଲ, ଶଙ୍କର ତାଣ୍ଡି, ଥମିର ଛତ୍ରିଆ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଲୋକେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମି ଉଠିଥିଲେ । ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ଆୟୋଜନ ହେଇଥିବାରୁ ଲୋକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା ।

jayashree
Leave A Reply

Your email address will not be published.