csstore

ବଲାଙ୍ଗିର ପୂର୍ବତନ ସୈନିକ ସଂଘ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ ଓ ସାଂଗଠାନିକ ନିର୍ବାଚନ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଲାଲଟିକ୍ରା ସ୍ଥିତ ସଂଘ କାର୍ୟ୍ୟାଳୟ ପରିସରରେ ବଲାଙ୍ଗିର ପୂର୍ବତନ ସୈନିକ ସଂଘ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ ଓ ସାଂଗଠାନିକ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିବା ବେଳେ ଆଗାମୀ ଦିନରେ ସଂଘ ପକ୍ଷରୁ କେଉଁ କେଉଁ ପଦକ୍ଷେପ ନିଆଯିବ ଏବଂ ସୈନିକମାନଙ୍କ ସମୃଦ୍ଧି କରାଯିବ, ସେ ସଂପର୍କରେ ଆଲୋଚନା କରିଥିଲେ । ଏହି ଭେଟଘାଟ କାର୍ୟ୍ୟକ୍ରମରେ ସଂଘର ବରିଷ୍ଠ ସଦସ୍ୟ ପାଟଣାଗଡ଼ର ସହଦେବ ପୁରେହିତ, ଟିଟିଲାଗଡ଼ର ସନ୍ତୋଷ ମହାନ୍ତି ଓ ଲଳିତ ମିର୍ଦ୍ଧାଙ୍କୁ ଉପଢୌକନ ଓ ପୁଷ୍ପ ମାଲ୍ୟ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ଅବସରରେ ସଂଘର ସାଂଗଠାନିକ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ସଭାପତି ଭାବରେ ବିଭୂତି ଭୂଷଣ ପାଣାଗ୍ରାହୀ, ଉପସଭାପତି ଭାବେ ସର୍ବେରାମ ପଟେଲ ଓ ସୀତାନାଥ ତ୍ରିପାଠୀ, ସାଧାରଣ ସଂପାଦକ ଭାବରେ ପ୍ରତାପ ଚନ୍ଦ୍ର ରଥ, ସହସଂପାଦକ ଭାବେ ରାଜେନ୍ଦ୍ର ଶବର, କୋଷାଧ୍ୟକ୍ଷ ଭାବେ ଗଣ୍ଡାରାମ ବେହେରା, ସହକୋଷାଧ୍ୟକ୍ଷ ଭାବରେ ଗୁଣସାଗର ମେହେର, ପଟେଲ ସର୍ବ ସମ୍ମତି କ୍ରମେ ମନୋନିତ ହୋଇଥିଲେ । ବଲାଙ୍ଗିର ସଂଯୋଜକ ଭାବେ ହରିହର ବାଗ, କେ.ସି.ସାହୁ, ସୁରେନ୍ଦ୍ର ପଣ୍ଡା, ଯଜ୍ଞେଶ୍ଵର ନାଏକ, ସୁଶୀଲ କୁମାର ପଟେଲ, ବିଶ୍ୱଭୂଷଣ ଭୋଇ, ପାଟଣାଗଡ଼ ସଂଯୋଜକ ଭାବେ ସହଦେବ ପୁରୋହିତ, ପ୍ରଫୁଲ୍ଲ ମେହେର, ଲଳିତ ମିର୍ଦ୍ଧା, ଟିଟିଲାଗଡ଼ ସଂଯୋଜକ ଭାବେ ସନ୍ତୋଷ ମହାନ୍ତି, ଗଣେଶ ବେହେରା, ବିଜୟ ରାଉତରାୟ, ବିଷ୍ଣୁ ମାଝୀ, କଂଟାବାଂଜି ସଂଯୋଜକ ଭାବେ ସୁରେନ୍ଦ୍ର ସାହୁ, ହରିହର ଠାକୁର, ଗିରିରାଜ ସିଂ ମାଝୀ ମନୋନୀତ ହୋଇଥିଲେ । ସଂଘର ସାଧାରଣ ସଂପାଦକ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ଏକଜୁଟ ହୋଇ ସଂଘର ଉନ୍ନତି ପାଇଁ କାମ କରିବାକୁ ଆହ୍ୱାନ କରିଥିଲେ ।

jayashree
Leave A Reply

Your email address will not be published.