ppurohit

ୱିନର ବ୍ରାଇଟ ଫ୍ୟୁଚର ସ୍କୁଲରେ ଗୁରୁ ଦିବସ

2nd

ପଦ୍ମପୁର, (ନିରୋଜ କୁମାର ପାଣୀ) : ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ ଉପଲକ୍ଷେ ପିଲାମାନଙ୍କ ଦ୍ଵାରା ଗୁରୁ ଦିବସ ଆୟୋଜନ କରାଯାଇଥିଲା । ଗୁରୁମାନଙ୍କୁ ଫୁଲ ଚନ୍ଦନର ଟୀକା ଲଗାଇ ସ୍ୱାଗତ କରିଥିଲେ । ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଯେପରି ଭାଷଣ, ନାଚ, ଗୀତ ମାଧ୍ୟମରେ ଶିକ୍ଷକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକମାନେ ମଧ୍ୟ ପିଲାମାନଙ୍କୁ ଅନେକ ଶିକ୍ଷଣୀୟ କଥା କହିବା ସହ ତାଙ୍କ ଆୟୋଜନ ପାଇଁ ପ୍ରଶଂସା କରିଥିଲେ । ସ୍କୁଲର ଚେୟାର ଶ୍ରୀକାନ୍ତ ମିଶ୍ର, ଅଧ୍ୟକ୍ଷା ଅପାଳି ଅପରାଜିତା ଦାସ, କୋର୍ଡିନେର ନିବେଦିତା ଦାସ ଆଜିର ଏ କାର୍ଯ୍ୟକ୍ରମକୁ ଅତି ସୁନ୍ଦର ଭାବରେ ପିଲାଙ୍କ ସହିତ ପରିଚାଳିତ କରିଥିଲେ ଶେଷରେ ଶିକ୍ଷକମାନଙ୍କ ହାତରେ କେକ୍‌ ମଧ୍ୟ କଟାଯାଇଥିଲା ।

Leave A Reply

Your email address will not be published.