csstore

ମହାଶକ୍ତି ଫାଉଣ୍ଡେସନ ଦ୍ୱାରା ବାନୀପାଲିଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ମହାଶକ୍ତି ଫାଉଣ୍ଡେସନ ଦ୍ୱାରା ଲୋଇସିଂହା ବ୍ଲକ ଅନ୍ତର୍ଗତ ବାନୀପାଲିଠାରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସରପଞ୍ଚ ମୀରା ମୁଗ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବନ ବିଭାଗର ବିଜୟଲକ୍ଷ୍ମୀ ନାୟକ, ଶୁଭ୍ରଜ୍ୟୋତି ସାହୁ, ମହାଶକ୍ତି ଫାଉଣ୍ଡେସନର ସିନିଅର ମ୍ୟାନେଜର ହୃଷିକେଶ ସାହୁ, ମା ମହଦାସନୀ ଫାର୍ମର ପ୍ରଡୁସର ସଂଗଠନର ଏମଡି ଶେଷଦେବ ଖମାରୀ ଏବଂ ଗ୍ରାମବାସୀ ଯୋଗ ଦେଇଥିଲେ । ମହାଶକ୍ତି ଫାଉଣ୍ଡେସନର କ୍ଲଷ୍ଟର କୋଅର୍ଡିନେଟର ପ୍ରେମାନନ୍ଦ ଅମାତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସିଆରପି ବିଘ୍ନରାଜ ପଧାନ ଏବଂ ଉର୍ମିଳା ବାଗ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସିନିଅର ମ୍ୟାନେଜର ହୃଷିକେଶ ସାହୁ ବୃକ୍ଷରୋପଣର ଉପକାରିତା ଉପରେ ସୂଚନା ଦେବା ସହିତ ମୃତ୍ତିକା ସଂରକ୍ଷଣ, ତାପମାତ୍ରାକୁ ହ୍ରାସ ସାଙ୍ଗକୁ ପରିବେଶକୁ ସୁସ୍ଥ ରଖିବା ଆଦି ଉପରେ ଆଲୋଚନା କରିଥିଲେ ।

jayashree
Leave A Reply

Your email address will not be published.