csstore

ସଇଁତଲା ବ୍ଲକ ସ୍ତରୀୟ ୧୭ ବର୍ଷରୁ କମ ବାଳକ ବାଳିକାମାନଙ୍କ ଭଲିବଲ ଚୟନ ଶିବିର

ସଇଁତଲା, (ଖୁସିରାନୀ ସାହୁ) : ସରକାରୀ ଉଚ୍ଚ ବିଦ୍ୟାଳୟ କେରମେଲୀଠାରେ ଅନୁଷ୍ଠିତ ହୋଉଯାଇଛି । ସଇଁତଲା ଗୋଷ୍ଟି ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ଯୋଶୀଙ୍କ ସଭାପତିତ୍ୱରେ ଓ ବ୍ଲକ ସମ୍ପାଦିକା ରଞ୍ଜିତା ମିଶ୍ରଙ୍କ ତତ୍ଵାବଧାନରେ ଅନୁଷ୍ଠିତ ଏହି ଶିବିରରେ ସଇଁତଲା ସରପଂଚ ସୁବ୍ରତ ନାଗ, କେରମେଲୀ ସରପଂଚ ଅଶୋକ ସାହୁ କେରମେଲୀ ସ୍କୁଲ ସଭାପତି ଯଜ୍ଞଶ୍ୱେର ଦାଶ, କେରମେଲୀର ପ୍ରଧାନ ଶିକ୍ଷକ ସରୋଜ ମିଶ୍ର, କାନ୍ଧକେଲ ସ୍କୁଲ ପ୍ରଧାନ ଶିକ୍ଷକ ରାମଗୋପାଳ ଶର୍ମା ଖମାରି ସଭାରେ ମଂଚାସୀନ ଥିଲେ । ଖେଳକୁ ପାଥେୟ କଲେ ମେଡ଼ିସିନର ଆବଶକ୍ୟ ନାହିଁ ବୋଲି ବାର୍ତ୍ତା ଦେଇଥିଲେ । ଏଥିରେ ଚାରୋଟି ଜୋନରୁ ୭୦ଜଣ ବାଳକ, ବାଳିକା ଓ ୧୩ ଜଣ ଖେଳ ଶିକ୍ଷକ ଉପସ୍ଥିତ ଥିଲେ । କେରମେଲୀ ଜୋନ ସମ୍ପାଦକ ପ୍ରଶାସନ ବାଗ, କସର ଜୋନ ସମ୍ପାଦକ ନରୋତ୍ତମ ମଲ୍ଲିକ, ଗାଣ୍ଡପତରାପାଲି ଜୋନ ସମ୍ପାଦକ ରଂଜିତ କୁଆଁର ଟିକ୍ରାପଡା ଜୋନ ସମ୍ପାଦକ ଜିତେନ୍ଦ୍ର ସେଟଙ୍କ ତତ୍ଵାବଧାନ ଆସିଥିବା ଟିମରୁ ପୁଇଁତଲା ବ୍ଲକ ରେ ୧୦-୯-୨୫ରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଭଳିବଲ ଚମ୍ପିୟାନସିପରେ ଭାଗ ନେବା ପାଇଁ ବାଳକ ବିଭାଗରୁ ନଅ ଜଣ ଓ ବାଳିକା ବିଭାଗରୁ ନଅ ଜଣ ଖେଳାଳିଙ୍କୁ ମନୋନୀତ କରାଯାଇଥିଲା । ଏହି ଖେଳକୁ ଖେଳ ଶିକ୍ଷକ ବିନୋଦ ବିହାରୀ ବେହେରା, ପ୍ରଭୁଦତ୍ତ ଧାରୁଆ ନିରୁପମ ଚାନ୍ଦ ସାହୁ, ସୁନୀଲ ମହାପାତ୍ର, ହିମାଂଶୁ ବିଶ୍ୱାଳ, ଗଗନ ବେହେରା, ଆଶୁତୋଷ ରାଜପଲିଆ ରାଜବିହାରୀ ବନ୍‌ଛୋର, ଦିନମଣୀ ପୋଢ଼, ସମସ୍ତେ ସୁଚାରୁ ରୂପେ ଖେଳ ପରିଚାଳନା କରିଥିଲେ, ବିଦ୍ୟାଳୟର ସମସ୍ତ କର୍ମଚାରୀ ସୌମ୍ୟ ରଞ୍ଜନ ମହାନ୍ତି, ମୋନାଲିସା ମହାପାତ୍ର, ସବିତା ଏକ୍କା, ରଶ୍ମିତା ନାୟକ ଅନୁପମ ମହାନ୍ତି ପରିଚାଳନାରେ ସାହାଯ୍ୟ କରିଥିଲେ, ବ୍ଲକ ସମ୍ପାଦିକା ରଞ୍ଜିତା ମିଶ୍ର ସ୍ୱାଗତ ଅଭିଭାଷଣ ଦେବା ସହ ବିବରଣୀ ପାଠ କରିଥିଲେ ଖେଳ ଶିକ୍ଷକ ପ୍ରଶାସନ ବାଗ ଧନ୍ୟବାଦ ଦେଇ ଥିଲେ ।

jayashree
Leave A Reply

Your email address will not be published.