
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟବର୍ତ୍ତୀ କରପଡା ପଞ୍ଚାୟତର ନିଳାଦ୍ରୀପୁର ଗ୍ରାମର ଧଡ଼ା ପାହାଡ଼ ଶୀର୍ଷରେ ବିରାଜମାନ କରିଥିବା ମା’ ରାମଚଣ୍ଡୀ ମନ୍ଦିର ପୀଠରେ ପବିତ୍ର ଶୟନାଷ୍ଟମୀ ଅବସରରେ ମା’ ଙ୍କ ଷୋଡଶ ଦିବସ ବ୍ୟାପୀ ପାର୍ବଣ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳନ ନିମନ୍ତେ ମନ୍ଦିର ଟ୍ରଷ୍ଟ, ପୂଜା କମିଟି ଓ ପରିଚାଳନା କମିଟିର ଏକ ପ୍ରସ୍ତୁତି ବୈଠକ ବିଧିବଦ୍ଧ ଭାବେ ଆଲୋଚିତ ହୋଇଯାଇଛି । ଏହି ବୈଠକରେ ଟ୍ରଷ୍ଟି ଲକ୍ଷ୍ମୀନୃସିଂହ ପଣ୍ଡା, ପରିଚାଳନା କମିଟି ସଭାପତି ପ୍ରଶାନ୍ତ କୁମାର ନାୟକ, ସଂଯୋଜକ କମଳ ପଣ୍ଡା, ଗୋବର୍ଦ୍ଧନ ନାୟକ, କରପଡା ଗ୍ରାମପଞ୍ଚାୟତର ସରପଞ୍ଚ ଅଜୟ ନାୟକ, ପୂଜା କମିଟି ସଭାପତି ସି.ଏଚ. ଦୟାନନ୍ଦ ରେଡ୍ଡୀ, ସାଧାରଣ ସମ୍ପାଦକ ବିମଳ ପଣ୍ଡା, ଉପ-ସଭାପତି ଦିବାକର ନାୟକ, ଶିବରାମ ନାୟକ, ଉପଦେଷ୍ଟା କୃଷ୍ଣ ଚନ୍ଦ୍ର ନାୟକ (ମହାରାଜ, ପୁରୀ ), ବରିଷ୍ଠ ପରାମର୍ଶ ଦାତା ତ୍ରିପତି ବାଲାଜୀ ମିଶ୍ର, ମନ୍ଦିର ମୁଖ୍ୟ ସ୍ଥପତି ପଣ୍ଡିତ ବିଜୟ ତ୍ରିପାଠୀ ଓ ପୂଜା କମିଟିର ଅନ୍ୟସମସ୍ତ କାର୍ଯ୍ୟକର୍ତ୍ତା, ସଭ୍ୟ ଉପସ୍ଥିତ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଏହାର ସାକାର କରିବା ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ବୈଠକରେ ମୁଖ୍ୟ ପ୍ରସଙ୍ଗ ଥିଲା ମା’ ଙ୍କ ଷୋଡଶ ଦିନାତ୍ମକ ପୂଜା ଆସନ୍ତା ୧୪. ୦୯. ୨୦୨୫(ରବିବାର) ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇ ୨୯. ୦୯.୨୦୨୫ (ସୋମବାର) ମହାଷ୍ଟମୀ ପର୍ଯ୍ୟନ୍ତ ଷୋଡଶ ଦିନାତ୍ମକ ପୂଜା ଚାଲିବ । ପର୍ବ ସମୟରେ ଯେମିତି ସମସ୍ତ ପୂଜାପ୍ରଣାଳୀ ଶାସ୍ତ୍ରୀୟ ରୀତିନୀତିରେ ସୁଚାରୁରୂପେ ପରିଚାଳନା କରାଜୀବ ଏବଂ ପ୍ରଥମ ଦିନ ଅର୍ଥାତ ୧୪. ୦୯. ୨୦୨୫(ରବିବାର) ମୂଳାଷ୍ଟମୀ ଦିନ ସହସ୍ର କୁମ୍ଭାବିଶେଖ ପାଇଁ ଅଞ୍ଚଳ ବାସୀଙ୍କ ସହଯୋଗରେ ଏକ ବିରାଟ କଳସଯାତ୍ରା କରି ପବିତ୍ର ପୂନ୍ୟତୟା ଋଷିକୂଲ୍ୟାରୁ ଜଳାଯାତ୍ରା ଆରମ୍ଭକରି ମାଆ ମାନେ ମାଁ ରାମଚଣ୍ଡୀଙ୍କ ମନ୍ଦିରକୁ ଆସିବେ ସେହି ଜଳରେ ମାଁଙ୍କ ମହାସ୍ନାନ ହୋଇ ମାଁଙ୍କ ପୂଜା ଶୁଭାରମ୍ଭ କରାଯିବ । ଦୈନିକ ଶ୍ରୀଚଣ୍ଡୀପାଠ, ଚଣ୍ଡୀ ହବନ, ମହାପୁଜା, ବେଦ ପାଠ, ଭକ୍ତ ମାନଙ୍କ ମାନସିକ ପାଇଁ ଅଖଣ୍ଡ ଦୀପ ଯଜ୍ଞ, ଭକ୍ତ ମାନଙ୍କ ଦୈନିକ ପ୍ରସାଦ ସେବନ ପାଇଁ ସୁବ୍ୟବସ୍ଥା ଓ ଅନ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା ପାଇଁ ସର୍ବ ସହମତି କ୍ରମେ ଏକ ରୂପରେଖ ପ୍ରସ୍ତୁତ କରାଯାଇଥିଲା । ଯେହେତୁ ଏହି ପୂଜା ଦୈନିକ ମଧ୍ୟରାତ୍ରରେ ସମ୍ପୂର୍ଣ ହୁଏ ଏବଂ ପ୍ରତ୍ୟେକ ଦିନ ଶତାଧିକ ଭକ୍ତମାନେ ଆସନ୍ତି ଏବଂ ତାଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥାଏ ଭକ୍ତମାନଙ୍କ ସୁରକ୍ଷା ଦୃଷ୍ଟିକୁ ଆଖି ଆଗରେ ରଖି ଷୋଡଶ ଦିନାତ୍ମକ ପୂଜା ସମୟରେ ପୋଲିସ ନିୟୋଜିତ କରିବା ପାଇଁ ଆମ କମିଟି ତରଫରୁ ଏକ ସ୍ୱତନ୍ତ୍ର ଦଳ ଜାଇ ଜିଲ୍ଲା ପ୍ରଶାସନ ଓ ଗଞ୍ଜାମ ଥାନା ଓ ଛତ୍ରପୁର ଥାନା ଅଧିକାରୀଙ୍କୁ ଅବଗତ କରାଯିବ ବୋଲି ସ୍ଥିର କରାଗଲା ।