centurian jitm

ସ୍ୱର୍ଗତ ଉମେଶ ମିଶ୍ରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ବରିଷ୍ଠ ଓକିଲ ତଥା ଭିଜିଲାନ୍ସ ଏପିପି ସ୍ୱର୍ଗତ ଉମେଶ ମିଶ୍ରଙ୍କ ବିୟୋଗରେ ସ୍ଥାନୀୟ ଶୈଳଶ୍ରୀ ପେଲେସ୍‌ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ବିଜେଡି ନେତା ଅର୍କେଶ ନାରାୟଣ ସିଂଦେଓଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ସ୍ଥାନୀୟ ବିଜେଡି ଦଳର ଅନେକ ଗଣ୍ୟମାନ୍ୟ ନେତା ଯୋଗଦେଇଥିଲେ । ସଭା ଆରମ୍ଭରୁ ଅମର ଆତ୍ମାର ସଦ୍‌ଗତି ପାଇଁ ଶ୍ରୀ ସିଂଦେଓ ସମସ୍ତଙ୍କୁ ଦୁଇ ମିନିଟ୍‌ ନୀରବ ପ୍ରାର୍ଥନା କରିବା ପାଇଁ ଅନୁରୋଧ କରିଥିଲେ । ପରେ ପରେ ଦିବଂଗତ ଆତ୍ମାର ସ୍ମୃତି ଚାରଣ କରାଯାଇଥିଲା । ଉପସ୍ଥିତ ସମସ୍ତ ସଭ୍ୟ ସ୍ୱର୍ଗତ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ନିଜ ନିଜ ଅନୁଭବ ବାଣ୍ଟିଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଅର୍କେଶ ସିଂଦେଓ, ଓଙ୍କାର ନାଏକ, ବାଲାଜୀ ପଣ୍ଡା, ଅକ୍ଷୟ କଣ୍ଟା, ଶୁଭ୍ରାଂଶୁ ପୋଢ, ସତ୍ୟନାରାୟଣ ନାଏକ, ସଞ୍ଜିବ ନାଥ, ନିମେଇ ମିଶ୍ର, ବୈଷ୍ନବ ସାହୁ, ଅଶୋକ ମିଶ୍ର, ନୀଳାଦ୍ରି ସିଂ, ପ୍ରଦୀପ ପାଢୀ, ସାଗର ସଙ୍ଗମ ଶତପଥି, ଗୋବିନ୍ଦ ଶତ୍‌ପଥି, ଶତ୍ରୃଘ୍ନ ବାଘ, ଧୀରେନ୍ଦ୍ର ସ୍ୱାଇଁ, ରାମ ନାଏକ, ରାଜୁ ଦାସ, ଶିବ ବେହେରା, ଶ୍ରୀବଚ୍ଛ ନାଗ, ଭାରତ ପୃଷେଠ୍‌‌, ବଣ୍ଟି ଚାନ୍ଦ୍‌ ଓ ବିଭୂତି ଭୂଷଣ ମିଶ୍ର ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!