ସାମାନ୍ୟ ବଚସାରୁ ସାଙ୍ଗକୁ ହତ୍ୟା

ତୁରେକେଲା, (ପିତାମ୍ବର ଦୀପ) : ସାମାନ୍ୟ ବଚସାରୁ ସାଙ୍ଗକୁ ହତ୍ୟା । ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ବଡ଼ବାଙ୍କି ପଞ୍ଚାୟତର ମୁଣ୍ଡକାନି ଗାଁରେ ଘଟିଛି ଏଭଳି ଏକ ଘଟଣା । ମୃତକ ଗାଁର କିଶୋର ପରାଭୁଏ(୨୪) ବୋଲି ଜଣାପଡ଼ିଛି । କିଶୋରଙ୍କୁ ଅଭିଯୁକ୍ତ ଶ୍ରୀଧର ଶବର ହତ୍ୟା କରିଥିବା ତାଙ୍କ ଭାଇ ଅଭିଯୋଗ କରିଛନ୍ତି । ତୁରେକେଲା ପୁଲିସ ଘଟଣାର ତଦନ୍ତ କରି ଜଣଙ୍କୁ ଅଟକ ରଖିଛି । ଉଭୟ ମୃତକ ଓ ଅଭିଯୁକ୍ତ ଦୁଇ ସାଙ୍ଗ ବୋଲି ଜଣାପଡ଼ିଛି । ସୋମ‌ବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ମୃତ କିଶୋରଙ୍କ ସାନ ଭାଇ ଗାଁ ଦୋକାନ ପାଖରେ ଥିଲେ । ଉଆଁସୁ ନାମକ ଯୁବକ ପ୍ରହରୀ ମଣ୍ଡପରୁ ଦୋକାନ ଆଡ଼କୁ ଆସିଥିଲେ । ଶ୍ରୀଧର ବାଇକ୍‌ରେ ପହଞ୍ଚି କିଶୋରଙ୍କ ଭାଇ ସହ ଝଗଡ଼ା କରିଥିଲେ । ମଦ ପିଆକୁ ନେଇ କିଶୋରଙ୍କ ଭାଇଙ୍କୁ ଶ୍ରୀଧର ଆକ୍ରମଣ କରିଥିଲେ । କିଶୋର ସେଠାରେ ପହଞ୍ଚି ଏହାର ପ୍ରତିବାଦ କରିବାରୁ ଶ୍ରୀଧର କିଶୋରଙ୍କୁ ମୁଥା ମାରିଥିଲେ । ଘଟଣା ସ୍ଥଳରେ କିଶୋର ଟଳି ପଡ଼ିଥିଲେ । ଶ୍ରୀଧର ବାଇକରେ କିଶୋରଙ୍କୁ ବସାଇ ଘରକୁ ଆଣି ଛାଡ଼ିଦେଇଥିଲେ । ପରିବାର ଲୋକେ ତାଙ୍କୁ ପାଣି ପିଆଇ ଥିଲେ ହେଁ କିଶୋର ଉଠି ନଥିଲେ । ତୁରନ୍ତ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କିଶୋରଙ୍କ ମୃତଦେହ ଧରି ପରିବାର ଲୋକେ ଘରେ ପହଞ୍ଚିଥିଲେ । ଘରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବାବେଳେ ତୁରେକେଲା ପୁଲିସ ଗାଁରେ ପହଞ୍ଚିଥିଲା । ଜଣଙ୍କୁ ପଚରା ଉଚୁରା ପାଇଁ ଆଣିଥିବାବେଳେ ଆକ୍ରମଣକାରୀ ଶ୍ରୀଧର ଶବରକୁ ଥାନାରେ ଅଟକ ରଖି ପଚରାଉଚରା ପୋଲିସ ଜାରି ରଖିଛି । ଏଥି ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ପଠାଯାଇଛି ।

jittmm
Leave A Reply

Your email address will not be published.