ମୁରିବାହାଲ ଡ଼ିଗ୍ରୀ କଲେଜରେ ସଚେତନତା କର୍ମଶାଳା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ପରିସରରେ sensitisation workshop for innovation and start-up competition-2025 କାର୍ଯ୍ୟକ୍ରମ ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଯୋଜକ ଥିଲେ ଅଧ୍ୟାପକ ସୋମେଶ ଦତ୍ତ ହୋତା ଓ ସଂଯୋଜନା କରିଥିଲେ ଅଧ୍ୟାପିକା ଶୈଳିକା ନାଏକ । ଏହି ବିଷୟକୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ ଅନେକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଆଜି ସୋମବାର ଦିନ ସମସ୍ତ ପ୍ରତିଯୋଗୀଙ୍କୁ ନେଇ ପୁରସ୍କାର ବିତରଣ କରାଯାଇଥିଲା । ଏଥିରେ ଛାତ୍ର ତପନ ରଣା ପ୍ରଥମ, ସୁଶିଲ ଭୋଇ ଦ୍ଵିତୀୟ ଓ ଅଶ୍ଵିନୀ ବାଗ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସମସ୍ତ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀଙ୍କୁ ପ୍ରଶଂସା ପତ୍ର ଦେବା ସହିତ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ଅର୍ଥରାଶି ମଧ୍ୟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଦିଲୀପ କୁମାର ପଶାୟତ, ଗୁଣସାଗର ମେହେର, ଶରତ ପଧାନ, ବାବୁଲା ନାଏକ ପର୍ଶୁରାମ ବାଗ, ମୀରାବାଇ ଗଡତ୍ୟା, ସରିତା ରଣା, ଯଶୋସ୍ମିତା ବେହେରା, ବାସୁଦେବ ଦଳାଇ ଓ ଅନ୍ୟମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.