ଲୋଇସିଂହା : ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁର୍ଡ଼ା ସ୍ଥିତ ସାର୍ବଜନୀନ ମା ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ପୂଜା ୨୭ ତମ ବର୍ଷରେ ପଦାର୍ପଣ କରିଛି । ଏହି ଅବସରରେ ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷାବିତ ନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ଶମ୍ଭୁପ୍ରସାଦ ସାହୁ(ଟିକୁ), ସମ୍ପାଦକ – ଦେବାନନ୍ଦ ସାହୁ, ଉପସଭାପତି ସରୋଜ କୁମାର ସାଥୁଆ, ସହ ସମ୍ପାଦକ ବ୍ୟୋମକେଶ ଥନାପତି ଏବଂ କୋଷାଧ୍ୟକ୍ଷ ଭାବେ ରାମଚନ୍ଦ୍ର ସାହୁ ମନୋନୀତ ହୋଇଥିଲେ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚାରିଦିନ ବ୍ୟାପୀ ରାବଣ ଦରବାର ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରାୟ ୮୦ ଫୁଟ ଉଚ୍ଚତା ବିଶିଷ୍ଟ ରାବଣର ପ୍ରତିମୂର୍ତ୍ତି ମୁଖ୍ୟ ଆକର୍ଷଣ ସାଜିବ ବୋଲି ଜଣାପଡିଛି । ରାବଣ ଭୂମିକାରେ ବରିଷ୍ଠ ମଞ୍ଚ କଳାକାର ଅନିଲ କୁମାର ନାୟକ ଅଭିନୟ କରୁଥିବା ବେଳେ ମା ଦୁର୍ଗା କଳା ପରିଷଦ, ଫଟକରା (କ) ଦ୍ଵାରା ଅଭିନୟ କାର୍ଯ୍ୟକ୍ରମ ହେବ । ଏହି ଅବସରରେ ରାବଣ ବରଣ କରାଯାଇ ଆସନ୍ତା ସେପ୍ଟେମ୍ବର ୩ ରେ ଶୁଭସ୍ତମ୍ଭ ସ୍ଥାପନ କରାଯିବ ବୋଲି ଆୟୋଜକଙ୍କ ସୂତ୍ରରୁ ଜଣାଯାଇଛି ।
