ମହାନଦୀକୁ ଡେଇଁଲେ ଛାତ୍ରୀ

ସମ୍ବଲପୁର : ମହାନଦୀକୁ ଡେଇଁଲେ ଛାତ୍ରୀ । ବ୍ରିଜ ଉପରେ ପଡିଛି ମୋବାଇଲ-ବ୍ୟାଗ-ସାଇକେଲ୍ । ନାବାଳିକା ଜଣକ ବୁଢାରାଜା ଗାର୍ଲସ ହାଇସ୍କୁଲର ଛାତ୍ରୀ ବୋଲି ସୂଚନାଛି । ଖବର ଅନୁଯାୟୀ, ଛାତୀ ଜଣଙ୍କ ସମ୍ବଲପୁର ଗୋପାଲମାଳ ଅଞ୍ଚଳରେ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ରହି ପାଠ ପଢୁଥିଲେ । ଆଜି ସକାଳ ପ୍ରାୟ ୬ଟା ସମୟରେ ଛାତ୍ରୀ ଜଣଙ୍କ ସମ୍ବଲପୁର ଚାଉଁରପୁର ବ୍ରିଜରୁ ହଠାତ୍‌ ମହାନଦୀକୁ ଡେଇଁପଡିଥିଲେ । ବ୍ରିଜ ଉପରୁ ଛାତ୍ରୀଙ୍କ ଏକ ମୋବାଇଲ ଫୋନ୍, ବ୍ୟାଗ୍, ସାଇକେଲ ସହ ଏକ ଫିନାଇଲ ବୋତଲ ଜବତ କରିଛି ପୋଲିସ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ସର୍ଚ୍ଚ ଅପରେସନ ଜାରି ରଖିଛି ।

jittmm
Leave A Reply

Your email address will not be published.