jayashree

ତହଁକ୍ କୁଟୁମ୍ କଲେଜ ମୁହାଁ

ପାଟଣାଗଡ : କୋଶଲୀ ଭାଷାକୁ ବଞ୍ଚାଇବା ତଥା ତାର ଶବ୍ଦ ଏବଂ ଇତିହାସକୁ ବଳବତ୍ତର ରଖିବା ପାଇଁ ତହଁକ୍ କୁଟୁମ୍ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଯାଇଛି । ପାଟଣାଗଡ଼ ବ୍ଲକ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଘସିଏନ ଠାରେ ତହଁକ୍ କୁଟୁମ୍ ପକ୍ଷରୁ ସ୍କୁଲ୍ ନୁ କଲେଜ୍ ଗାଁ ନୁ ସହର୍ ତହଁକ୍ ପୁହୁଁଚିଲା ଘର୍ କେ ଘର୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୂଖ୍ୟ ଅତିଥି ଭାବେ କଲେଜର ଅଧ୍ୟକ୍ଷ କାର୍ତ୍ତିକେଶ୍ଵର ଷଡଙ୍ଗୀ, ଅଧ୍ୟାପକ ପ୍ରହ୍ଲାଦ ସାହୁ, ତହଁକ୍ କୁଟୁମ୍ ସମ୍ପାଦକ ରାଜେଶ ଦଣ୍ଡସେନା, ମୁଖ୍ୟ ସମ୍ପାଦକ ଅର୍ଜୁନ କୁମାର ସାହୁ, ପୁଇନ୍ତଲା ବ୍ଲକ ସଂପାଦକ ମିଲନ ପଣ୍ଡା, ଲୋଇସିଂହା ଯୁବ ବିଭାଗ ମୂଖ୍ୟ ଗିରିଶ ପାତ୍ର, ଅଧ୍ୟାପକ ରବିଶଙ୍କର ମେହେର, ପ୍ରଶାନ୍ତ ହୋତା, ସୋମନାଥ ମେହେର, ସଚିନ ମିଶ୍ର, ଶ୍ରୀତମ ମେହେର ପ୍ରମୁଖ ମଞ୍ଚାସୀନ ଥିଲେ । ଭାଷା ବଞ୍ଚିଲେ ଅଞ୍ଚଳର ଟେକ ରହିବ ଆଉ ଭାଷାକୁ ବଞ୍ଚାଇବାକୁ ହେଲେ ଆମକୁ ସେହି ଶବ୍ଦର ବ୍ୟବହାର କରିବାକୁ ପଡିବ । ନିଜ ପାଠ୍ୟକ୍ରମ ପଢିବା ସାଙ୍ଗରେ ଆମେ ବିଦେଶୀ ଭାଷାର ପ୍ରଚଳନକୁ ଯେତେ ସମ୍ଭବ କମ୍ କରି ନିଜ ମାଟିର ଭାଷାକୁ ଆଗକୁ ନେବା ସେଥିପାଇଁ ତତ୍ପର ହେବାକୁ ପଡିବ ବୋଲି ତହଁକ୍ କୁଟୁମ୍‌ର ସଭ୍ୟମାନେ ମତପ୍ରକାଶ କରିଥିଲେ । ମହାବିଦ୍ୟାଳୟର ୧୩୦ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ । ଏମିତି ଏକ କାର୍ଯ୍ୟକ୍ରମ ହାତକୁ ନେଇଥିବାରୁ ତହଁକ୍ କୁଟୁମ୍‌କୁ ମହାବିଦ୍ୟାଳୟର କର୍ମଚାରୀମାନେ ପ୍ରଂଶସା କରିଥିଲେ । ଶେଷରେ ଅଧ୍ୟାପକ ପ୍ରହଲ୍ଲାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.