ମାୟାବର୍ହା ହାଇସ୍କୁଲଠାରେ ଜାତୀୟ ମହାକାଶ ଦିବସ ପାଳିତ

ଡୁଙ୍ଗୁରିପାଲି : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ଵରେ ଜାତୀୟ ମହାକାଶ ଦିବସ ପାଳିତ ହୋଇଯାଇଛି । ବିଜ୍ଞାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ଦିବସକୁ ସଂଯୋଜନା କରିବା ସହ ଭାରତର ମହାକାଶ ଅଭିଯାନ ସମ୍ପର୍କରେ ତଥ୍ୟ କରିଥିଲେ । ସଭାରେ ସମ୍ମାନିତ ଅତିଥି ଭାବରେ ରାଜସ୍ଥାନ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ଶିକ୍ଷା ଛାତ୍ରୀ ନିକିତା ଦୀପ ଯୋଗଦାନ କରି ଭାରତର ମହାକାଶ ଗବେଷଣା କାର୍ଯ୍ୟକ୍ରମ ବିଶ୍ୱରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଥିବା ପ୍ରକାଶ କରିଥିଲେ । ସଂସ୍କୃତ ଶିକ୍ଷକ ରାଜୁ ମେହେର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଛାତ୍ରୀ ଦୀପ୍ତି, ଜାଗୃତି, ଅନୁପମା, ଶ୍ରିମୟୀ ସୁଲଳିତ କଣ୍ଠରେ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ । ଶିକ୍ଷକ କିରଣ କୁମାର ପଟେଲ ମହାକାଶ ସମ୍ବନ୍ଧୀୟ ଏକ ଓପନ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ କରିଥିବା ବେଳେ ଶିକ୍ଷକ ଚିନ୍ମୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ନନ୍ଦିଘୋଷ ବାରିକ, ସଞ୍ଜୀବ ପୂଜାରୀ, କିରଣ କୁମାର ପଟେଲ, ମୀନକେତନ ଦାସ, ବିଭୀଷଣ ଖମାରୀ, ସୁରଜ୍ ଖମାରୀ, ସମୀର କାଠର, ସୋଭାଗିନି ସାହୁ, ସୂର୍ଯ୍ୟକାନ୍ତି କାଣ୍ଡ ପ୍ରଭୁତି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.