ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଶନିବାର ଦିନ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ୟାମଲାଲ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସଂସ୍କୃତ ବିଶାରଦ ତଥା ସମ୍ବଲପୁରୀ ଭାଷା ସାହିତ୍ୟ ସାଧକ ପଣ୍ଡିତ ଡ. ପୂର୍ଣ୍ଣଚନ୍ଦ୍ର ସାହୁ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ତାଙ୍କ ବକ୍ତବ୍ୟରେ ଗଙ୍ଗାଧର ସାହିତ୍ୟ ଓ କାଳିଦାସଙ୍କ କୃତିକୁ ତୁଳନାତ୍ମକ ଭାବରେ ଉପସ୍ଥାପନା କରିଥିଲେ । ନିଜ ରଚିତ ସମ୍ବଲପୁରୀ ଭାଗବତର କିଛି ପଂକ୍ତି ଆବୃତ୍ତି କରିଥିଲେ । ମୁଖ୍ୟଅତିଥି ଭାବରେ ସନ୍ଥ କବି ଭୀମ ଭୋଇ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ କାର୍ତ୍ତିକେୟ ସାଥୁଆ ଯୋଗ ଦେଇଥିଲେ । ଅର୍ଥନୀତି ବିଭାଗର ଅଧ୍ୟାପିକା ନିରୂପମା ପ୍ରଧାନ ସଭା ପରିଚାଳନା କରିଥିବା ବେଳେ ଓଡ଼ିଆ ଅଧ୍ୟାପିକା ସବିତା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.