ଲୋଇସିଂହା ବ୍ଲକ ବାରିକ ସମାଜର ନୂତନ କର୍ମକର୍ତ୍ତା ଚୟନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ବାରିକ ସମାଜର ବାରିକ ଭବନ ଠାରେ ବ୍ଲକ ସ୍ତରୀୟ ସାଧାରଣ ପରିଷଦ ବୈଠକ ଜିଲ୍ଲା ସଭାପତି କଂଗାଲୁ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଲୋଇସିଂହା ବ୍ଲକ କୁଶମେଲ ଗ୍ରାମରେ ଜନ୍ମିତ ବାରିକ ସମାଜର ଗର୍ବ ଓ ଗୌରବ ପଦ୍ମଶ୍ରୀ ବିନୋଦ କୁମାର ପଶାୟତଙ୍କ ବିଯୋଗରେ ପ୍ରଥମେ ଶୋକ ପ୍ରସ୍ତାବ ଗ୍ରହଣ କରି ନୀରବ ପ୍ରାର୍ଥନା କରାଯିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରଯାଇଥିଲା । ପରେ ସାଙ୍ଗଠନିକ ଆଲୋଚନା କରାଯାଇ ଚଳିତ ବର୍ଷର ନୂଆଁଖାଇ ଭେଟ କାର୍ଯ୍ୟକ୍ରମ ସୁଚାରୁ ରୂପେ ପାଳନ କରିବାକୁ ନିଷ୍ପତ୍ତି ନିଆ ଯାଇଥିଲା । ଏଥିସହିତ ଆଗାମୀ ପାଞ୍ଚବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ସଭାପତି କିଶୋର ବାରିକ, ଉପ ସଭାପତି ଅଙ୍ଗ ବାରିକ, କାର୍ଯ୍ୟକାରୀ ସଭାପତି ଶିବ ବାରିକ, ସାଧାରଣ ସମ୍ପାଦକ ସତ୍ୟ ନାରୟଣ ବାରିକ, କୋଷାଧକ୍ଷ କ୍ଷୀରୋଦ ବାରିକ, ସହ ସମ୍ପାଦକ ଅଭିମନ୍ୟୁ ବାରିକ, ଲୋଇସିଂହା ବ୍ଲକ ସେଲୁନ ସଙ୍ଘ ସଭାପତି ଜୟଦେବ ବାରିକ, ସାଧାରଣ ସମ୍ପାଦକ ରମେଶ ବାରିକ ପ୍ରମୁଖଙ୍କୁ ନୂତନ କର୍ମକର୍ତା ଭାବେ ଚୟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ଉପ ସଭାପତି ନବୀନ କୁମାର ପଶାୟତ, କାର୍ଯ୍ୟକାରୀ ସଭାପତି ଶଙ୍କର ବାରିକ, ସେଲୁନ ସଙ୍ଘ ସଭାପତି ଶିଶିର ବେହେରା, ଉପଦେଷ୍ଟା ଇଶ୍ୱର ପଶାୟତ, ଅଧିକାରୀ ବାରିକ ପ୍ରମୁଖ ଯୋଗ ଦେଇଥିଲେ । ଡା ଲଳିତ ବାରିକ, ସୁପାଳ ପଶାୟତ, ସରୋଜ ପଶାୟତ, ନାରାୟଣ ବାରିକ, ଅଶ୍ୱିନୀ ପଶାୟତଙ୍କ ସମେତ ସମାଜର ବରିଷ୍ଠ ଓ ଯୁବ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.