ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଗତ କିଛି ବର୍ଷ ହେଲା ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟସ୍ଥ ନିଳାଦ୍ରୀପୁର ଗ୍ରାମରେ ଅବସ୍ଥିତ ଜିଲ୍ଲାର ଅନ୍ୟତମ ଅଧିଷ୍ଠାତ୍ରୀ ଦେବୀ ମା’ରାମଚଣ୍ଡୀ ଶକ୍ତିପୀଠରେ ସ୍ୱତନ୍ତ୍ର ଭାବେ ପୂଜା କମିଟୀର ସହଯୋଗରେ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଯାହା ଦ୍ୱାରା ଏହି ଶକ୍ତିପୀଠ ଅଧୂନା ଅଗଣିତ ଭକ୍ତଙ୍କୁ ବିମୁଗ୍ଧ ଏବଂ ପ୍ରସିଦ୍ଧତା ଲାଭ କରିଆସିଛି । ଏହି ସବୁ ସଫଳ କାର୍ଯ୍ୟକ୍ରମରେ ରାମଚଣ୍ଡୀ ଶକ୍ତିପୀଠର ପୂଜା କମିଟିର ବିଶେଷ ଅବଦାନ ରହିଛି । ଏନେଇ ଗ୍ରାମବାସୀଙ୍କ ସହଯୋଗରେ ଏକ ଆନୁଷ୍ଠାନିକ ସଭା ର ଅୟୋଜନ କରାଯିବା ସାଂଗକୁ ପୂଜା କମିଟୀର ପୁନଃ-ଗଠନ ତଥା ନୂତନ ବ୍ୟକ୍ତି ବିଶେଷ୍ୟଙ୍କୁ କମିଟୀରେ ସାମିଲ କରାଯାଇଛି । ସର୍ବପ୍ରଥମେ ମା’ ରାମଚଣ୍ଡୀ ପୀଠର ସଂଯୋଜକ କମଳ ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ କରପଡା ପଞ୍ଚାୟତର ସରପଞ୍ଚ ଅଜୟ କୁମାର ନାୟକଙ୍କ ସଭାପତିତ୍ୱ କରିଥିଲେ । ୨୦୨୩ ମସିହାରେ ପ୍ରଥମ କରି ପୂଜାକମିଟୀ ଗଠନ କରାଯାଇଥିବା ଏଠାରେ ସୂଚାଇ ଦିଆଯାଇଥିଲା । ଉକ୍ତ ପୂଜାକମିଟୀ ଗଠନ ପରେ ମନ୍ଦିରର ପୁନଃ ପ୍ରତିଷ୍ଠା ଉତ୍ସବ, ବାର୍ଷିକ ଉତ୍ସବ ପାଳନ ଆଦି ସାଂସ୍କୃତିକ ବିଦ୍ଭୋବ ମହୋତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇ ଆସିଥିଲା ବୋଲି ଏଠାରେ ଆଲୋକପାତ କରାଯାଇଥିଲା । ପରେ ୨୦୨୪- ୨୦୨୫ରେ ମନ୍ଦିର ଟ୍ରଷ୍ଟ, ପୂଜା କମିଟୀର ସମସ୍ତ ସଦସ୍ୟ ଓ ଭକ୍ତମାନଙ୍କ ସହଯୋଗରେ ବିଭିନ୍ନ ଉନ୍ନତି ମୂଳକ ପଦକ୍ଷେପ ଓ ନିର୍ମାଣକାର୍ଯ୍ୟ ଆଦି ସମାହିତ ହୋଇ ଆସିଥିବା ସାଂଗକୁ ମା’ ରାମଚଣ୍ଡୀ ମହୋତ୍ସବ, ୧୦୮ ଚଣ୍ଡୀପାଠ ଓ ୧୦୮ ସାଧୁ ସମ୍ମେଳନୀ, ବିଗତବର୍ଷ ଆୟୋଜିତ ହୋଇଥିବା ଗୁରୁପୂର୍ଣ୍ଣିମା ମହୋତ୍ସବ ପାଳିତ ହୋଇଥିଲା । ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରାଯାଇ ଦକ୍ଷିଣ ଓଡିଶା ପାଇଁ ଏକ ଇତିହାସ ରଚିବା ଭଳି ଆଧ୍ୟାତ୍ମିକ କାର୍ଯ୍ୟ ସଞ୍ଚାର କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଚଳିତ ବର୍ଷ ପୁଣି ପୂଜା କମିଟୀର ସମସ୍ତ ସଦସ୍ୟମାନଙ୍କ ଉପସ୍ଥିତିରେ ସର୍ବସମ୍ମତି କ୍ରମେ ନୂତନ କମିଟି ପୁନଃ-ଗଠନ କରାଯାଇଛି । କାର୍ଯ୍ୟକର୍ତ୍ତାମାନଙ୍କୁ ବିଭିନ୍ନ ଦାୟିତ୍ୱ ବଣ୍ଟାଯାଇଛି । ଛତ୍ରପୁର ମା’ ରାମାୟଣାମାଙ୍କ ଯାତ୍ରା କମିଟୀର ସଭାପତି ସି.ଏଚ. ଦୟାନନ୍ଦ ରେଡ୍ଡୀଙ୍କୁ ମା’ ରାମଚଣ୍ଡୀ ପୂଜା କମିଟିର ସଭାପତି ଭାବେ ଏବଂ ଛତ୍ରପୁର ଅଞ୍ଚଳର ଯୁବ ସମାଜସେବୀ ବିମଳ ପଣ୍ଡାଙ୍କୁ ସମ୍ପାଦକ ଭାବେ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଉପ-ସଭାପତି ଭାବେ ରାଜେନ୍ଦ୍ର ପଲେଇ, ଦିବାକର ନାୟକ, ଶିବରାମ ନାୟକଙ୍କୁ ତଥା ସହ ସମ୍ପାଦକ ଭାବେ ଦଣ୍ଡପାଣି ମହାରଣା ଓ କୋଷାଧ୍ୟକ୍ଷ ଭାବେ କୁଞ୍ଜବିହାରୀ ନାୟକଙ୍କୁ ଚୟନ କରାଯାଇଛି । ସେହିପରି ଉପଦେଷ୍ଟା ମଣ୍ଡଳୀରେ ବ୍ରହ୍ମପୁର ସାଂସଦ ପ୍ରତିନିଧି ଦିପ୍ତୀସ ପଟ୍ଟନାୟକ, ମହାରାଜ କୃଷ୍ଣ ଚନ୍ଦ୍ର ନାୟକ (ପୁରୀ) ସାମ୍ବାଦିକ କ୍ଷୀରୋଦ ଚନ୍ଦ୍ର ସାହୁ, ପ୍ରଶାନ୍ତ କୁମାର ପଣ୍ଡା, ତୁଷାରକାନ୍ତ ପାଣ୍ଡୀ (ବାଦଲ), ଆଦିତ୍ୟ ପଟ୍ଟନାୟକ, ବଂଶୀଧର ନାୟକ, ତ୍ରିନାଥ ନାୟକ, ନାରାୟଣ ଚର୍ତ୍ତୀଙ୍କୁ ମନୋନୀତ କରାଯାଇଛି ।
ବରିଷ୍ଠ ପରାମର୍ଶଦାତା ଭାବେ ପଣ୍ଡିତ ଜଗନ୍ନାଥ ପଣ୍ଡା, ସାମ୍ବାଦିକ ରବୀନ୍ଦ୍ର କୁମାର ପଣ୍ଡା, ସାମ୍ବାଦିକ ଦୁର୍ଗାମାଧବ ପାଣିଗ୍ରାହୀ, କେ.ସାଇ କ୍ରିଷ୍ଣା, ତ୍ରିପତି ବାଲାଜୀ ମିଶ୍ର, ଆଇନଜିବୀ ବି. ଶ୍ରୀନିବାସ ରାଓ, ସାମ୍ୱାଦିକ ସନ୍ତୋଷ କୁମାର ମିଶ୍ର, ସାମ୍ବାଦିକ କେ.ସତ୍ୟନାରାୟଣ ରେଡ୍ଡୀ, ରାଜେଶ କୁମାର ମିଶ୍ର (ଭାରପ୍ରାପ୍ତ ବରିଷ୍ଠ ସରକାରୀ ଓକିଲ), ଦୀପକ କୁମାର ଦାଶ (ଜ୍ୟୋତିଷ ଶାସ୍ତ୍ରଜ୍ଞ)ଙ୍କୁ କମିଟୀର ସୁପରିଚାଳନା ପାଇଁ ନିୟୋଜିତ ତଥା ମନୋନୀତ କରାଯାଇଛି । ଶକ୍ତି ପୀଠର ନିତିନିୟମ ଓ ପୂଜା ପ୍ରଣାଳୀ କିପରି ସୁଚାରୁ ରୂପେ ପରିଚାଳନା ହେବ, ତାହା ରହିଛି ଏହି କମିଟିର ମୁଖ୍ୟ ଉଦ୍ଦେଶ୍ୟ ଏଥିପାଇଁ ଏହି ବୈଠକରେ ବିଭିନ୍ନ ପ୍ରସ୍ତାବ ଯଥା ଯଥାଶୀଘ୍ର ନୂତନ ଶିବ ମନ୍ଦିର ପ୍ରତିଷ୍ଠା, ମନ୍ଦିରରେ ଭକ୍ତମାନଙ୍କ ତରଫରୁ ଏକ ଦିବସୀୟ ପୂର୍ଣ୍ଣ ଭୋଗଲାଗି କରିବା ବ୍ୟବସ୍ଥା, ଦୈନିକ ଚଣ୍ଡୀପାଠ ଓ ହବନ ବ୍ୟବସ୍ଥା, ଷୋଡଶ ଦିନାତ୍ମକ ପୂଜା ପାଇଁ ନୂତନ ବ୍ୟବସ୍ଥା, ଚଣ୍ଡୀପାଠ ପାଇଁ ପଣ୍ଡିତ ନିଯୁକ୍ତି, ଦୈନିକ ଭୋଗଲାଗି ପାଇଁ ବ୍ରାହ୍ମଣ ସୁପକାର ଓ ଶିବ ମନ୍ଦିର ପାଇଁ ପୂଜକ ନିଯୁକ୍ତି ତଥା ପୂଜା କମିଟି ସଭ୍ୟ ସଂଗ୍ରହ ଏମିତି ଅନେକ ବିଷୟରେ ଆଲୋଚନା କରାଯାଇ ଟ୍ରଷ୍ଟକୁ ସୂଚିତ କରାଯାଇଛି । ସେହିପରି ଏହି କମିଟି ଗଠନ ହେବା ପରେ ପ୍ରଥମ କାର୍ଯ୍ୟ ହିସାବରେ ଆସନ୍ତା ନୂଆଖାଇ ଅବସରରେ ଆସନ୍ତା ସପ୍ତାହରେ ଏକ ବିଶାଳ ସଫେଇ ଅଭିଯାନ ମନ୍ଦିର ପରିସରରେ କରାଯିବ ବୋଲି ପରାମର୍ଶଦାତା ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି । ଆଜିର ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟି ଲକ୍ଷ୍ମୀନୃସିଂହ ପଣ୍ଡା, ସହ ସଂଯୋଜକ ତୁଷାର ଶତପଥୀ, ଜୀବନ ମହାରଣା, ମନୋଜ ମିଶ୍ର, ଓକିଲ ଲସିତ ବରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Next Post