ଆମ ପୁଲିସର ଶାନ୍ତି ବୈଠକ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର ୧୯ ଥାନା ଆମ ପୁଲିସ ତରଫରୁ ଆସନ୍ତା ଗଣେଶ ପୂଜା ଉପଲକ୍ଷେ ଏକ ଶାନ୍ତି ବୈଠକ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଥାନା ପ୍ରଭାରୀ ରଞ୍ଜନ କୁମାର ନାୟକ ଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆମ ପୁଲିସର ପ୍ରମୁଖ ଡ଼ଃ ସୁମନ ଦତ୍ତ ଉପସ୍ଥିତ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଥାନା ପ୍ରଭାରୀ ଶ୍ରୀ ନାୟକ ଆଗାମୀ ୨୭ ତାରିଖ ଦିନ ହେବାକୁ ଥିବା ଶ୍ରୀଗଣେଶ ପୂଜା କିପରି ଶାନ୍ତି ଶୃଙ୍ଖଳା ସହ ପାଳନ କରାଯାଇ ସମସ୍ତଙ୍କ ମଧ୍ୟରେ ଐକ୍ୟବଦ୍ଧତା ଓ ଭାଇଚାରା ସୃଷ୍ଟି ହେବ ତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିପରି ପୂଜା କରୁଥିବା ମଣ୍ଡପ ଗୁଡ଼ିକ ରାତି ୧୦ ଟା ପରେ ମାଇକ ନବଜାଇବା, ଭକ୍ତିଭାବେ ପୂଜାକୁ ପାଳନ କରିବା, ଅସାମାଜିକତତ୍ୱଙ୍କ ସମ୍ପର୍କରେ ପୁଲିସକୁ ସୂଚନା ଦେବା ଆଦି ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆମ ପୁଲିସର ସଦସ୍ୟ କୁଞ୍ଜବିହାରୀ ରାଉତ, ସନ୍ତୋଷ ସ୍ୱାଇଁ, ଗଣେଶ ଜୟସିଂହ, ସଂଗ୍ରାମ କେଶରୀ ମହାନ୍ତି, ଶର୍ମିଲା ଦତ୍ତ, ଚନ୍ଦ୍ରମଣି ସାହୁ, ସଞ୍ଜୟ ରଜାକ, ରମେଶ ରାୟ ଓ ଥାନା ପକ୍ଷରୁ ସବଇନ୍ସପେକ୍ଟର ରାଜେଶ କୁମାର ବେହେରା, ଏଏସଆଇ ମନୋରଞ୍ଜନ ପରିଡା, ସଞ୍ଜୀବ ଭଞ୍ଜ, ବେନଡିକ କଣ୍ଡୁଲନା, ଆରତୀ ନାୟକ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଶ୍ରୀ ଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.