ଧାନ ଭଳି ଅନ୍ୟ ଫସଲ ଚାଷ ପାଇଁ ପ୍ରୋତ୍ସାହନ ଦେବେ ରାଜ୍ୟ ସରକାର : ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର : ସରକାର ଧାନ ପାଇଁ ୮୦୦ ଟଙ୍କା ଇନପୁଟ୍ ସହାୟତା ବୃଦ୍ଧି କରିଛନ୍ତି । ଫଳରେ ଯେଉଁ ଚାଷୀ ଅନ୍ୟ ଚାଷ କରୁଥିଲେ ସେମାନେ ଏବେ ଧାନ ଚାଷ ପ୍ରତି ଆକର୍ଷିତ ହେଉଛନ୍ତି । ଏଥିପାଇଁ ଅନ୍ୟ ଫସଲ ପ୍ରଭାବିତ ହେଉଛି । ତେଣୁ ଅନ୍ୟ ଫସଲକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ରାଜ୍ୟରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୩ଶହ ଟଙ୍କା ରହିଥିବା ବେଳେ ବୋନସ ବାବଦକୁ ୮ଶହ ଟଙ୍କା । ମୋଟାମୋଟି ଭାବେ କହିବାକୁ ଗଲେ ବିଜେପି ସରକାର ଆସିବା ପରେ ଧାନ କ୍ୱିଣ୍ଟାଲ ଜଣେ ଚାଷୀ ୩୧ଶହ ଟଙ୍କା ମିଳୁଛି । ଫଳରେ ଅଧିକାଂଶ ଧାନ ଚାଷ ପାଇଁ ଆକୃଷ୍ଟ ହେଉଛି । ଯାହା ଅନ୍ୟ ଫସଲ ଯଥା ଡାରି ଜାତୀୟ ଫସଲ, ମକା, ପନିପରିବା ଆଦି ଫସଲ ଚାଷ ପ୍ରଭାବିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅନ୍ୟ ଫସଲ ଚାଷ ପ୍ରତି ଧ୍ୟାନ ଦେଇଛନ୍ତି । ଅନ୍ୟନ୍ୟ ଫସଲ ଚାଷ କରିବାକୁ ଚାଷୀ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି ।

jittmm
Leave A Reply

Your email address will not be published.