ଆସନ୍ତା ୨୫ରେ ଆତ୍ମାହୁତି ଦେବାକୁ ଧମକ ଦେଲେ ହୋମଗାର୍ଡ ସଂଘ ସଭାପତି

ଭୁବନେଶ୍ୱର : ଆସନ୍ତା ୨୫ ତାରିଖରେ ଆତ୍ମାହୁତି ଦେବାକୁ ଧମକ ଦେଲେ ହୋମଗାର୍ଡ ସଂଘ ସଭାପତି ରଞ୍ଜନ କୁମାର ମଲ୍ଲିକ । ଏ ନେଇ ସେ ଏକ ଭିଡିଓ ଜାରି କରି ଏହି ବାର୍ତ୍ତା ଦେଇଛନ୍ତି । ଏହି ଭିଡିଓ ବାର୍ତ୍ତାରେ ରଞ୍ଜନ କହିଛନ୍ତି, ତାଙ୍କ ଜୀବନ ପ୍ରତି ବିପଦ ମଧ୍ୟ ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ତାଙ୍କର କିଛି ପାଖ ଲୋକ ଷଡ଼ଯନ୍ତ୍ର କରୁଛନ୍ତି । ତାହାର ଯଥେଷ୍ଟ ପ୍ରମାଣ ତାଙ୍କ ପାଖରେ ରହିଛି । ଯଦି ମୁଖ୍ୟମନ୍ତ୍ରୀ ତାଙ୍କୁ ଡ଼ାକିବେ ତେବେ ପ୍ରମାଣ ସହିତ ସେହି ଲୋକ ମାନଙ୍କର ମୁଖା ଖୋଲିବେ ବୋଲି ରଞ୍ଜନ ତାଙ୍କ ଭିଡିଓ ବାର୍ତ୍ତାରେ ପ୍ରକାଶ କରିଛନ୍ତି । ଏହାସହ ସେ ଏକ ଚିଠି ମଧ୍ୟ ଲେଖିଛନ୍ତି ବୋଲି ଜଣାପଡିଛି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସେ ଚିଠି ଲେଖିଛନ୍ତି । ଚିଠିରେ ସେ ୧୫ଟି ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ୨୫ ତାରିଖ ସୁଦ୍ଧା ସମାଧାନ ନହେଲେ ଆତ୍ମାହୁତି ଦେବାକୁ ଧମକ ମଧ୍ୟ ଦେଇଛନ୍ତି ।

jittmm
Leave A Reply

Your email address will not be published.